କରୋନାରେ ଚାଲି ଗଲା ବାପା ଙ୍କ ଜୀବନ !ପୁଅ ନିଜ ଇଚ୍ଛାକୁ ପୂରଣ କରିବାକୁ ଯାଇ ତିଆରି କଲା ସ୍ଟାଚ୍ୟୁ…ଦେଖିବାକୁ ପୁରା ଜୀବନ୍ତ

କରୋନାରେ ଚାଲି ଗଲା ଜୀବନ । ହେଲେ ବାପା ଙ୍କୁ ସବୁବେଳେ ଦେଖିବାକୁ ତାହୁଁଥିଲା ପୁଅ । ନିଜ ଇଚ୍ଛାକୁ ପୂରଣ କରିବାକୁ ଯାଇ ତିଆରି କଲା ସ୍ଟାଚ୍ୟୁ ।ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ ।ପୂରା ଜୀବନ୍ତ ଭଶି ଦେଖା ଯାଉଛି ଏହି ସ୍ଟାଚ୍ୟୁ ଟି ।ନିଜ ପିତାଙ୍କୁ ସମ୍ମାନ ଦେବାକୁ ସବୁବେଳେ ପ୍ରସ୍ତୁତ ଥାଏ ପୁଅ । ସବୁବେଳେ ନିଜ ପାଖେ ରଖିବାକୁ ଚାହେଁ ପୁଅ । ହେଲେ ମହାରାଷ୍ଟ୍ର ସାଙ୍ଗଲି ଜିଲ୍ଲାରେ ଜଣେ ପୁଅ ନିଜ ପିତାଙ୍କର ଏକି ସିଲିକନ୍ ସ୍ଟାଚ୍ୟୁ ତିଆରି କରି ଚର୍ଚ୍ଚା କୁ ଆସିଛନ୍ତି ।ସ୍ଟାଚ୍ୟୁ ଟିକୁ ନିଜ ଘରେ ସୋଫାରେ ବସି ଥିବା ପଥରରେ ତିଆରି କରା ଯାଇଛି ।

ତେବେ ଆପଣ ବି ଏହି ପ୍ରତି ମୂର୍ତ୍ତି କୁ ଦେଖିଲେ ଜାଣି ପାରିବେ ନାହିଁ ଯେ ଏହା ଏକ ସ୍ଟାଚ୍ୟୁ ବୋଲି । ମୂର୍ତ୍ତିରେ ଆସୁଥିବା ରଙ୍ଗ , ରୂପ , ମୁହଁ , ନିଶ ଓ ଆଖି ଶରୀର ର ପ୍ରାୟ ସବୁ ଅଙ୍ଗ ଦେଖିବାକୁ ଜଣେ ଜୀବିତ ଲୋକ ପରି ।

ମହାରାଷ୍ଟ୍ର ରେ ଏହା ପ୍ରଥମ ସିଲିକନ୍ ସ୍ଟାଚ୍ୟୁ ବୋଲି ଦାବି କରିଛନ୍ତି ଏହାକୁ ତିଆରି କରିଥିବା ଅରୁଣ କର ।ନିଜ ପିତା ସ୍ୱର୍ଗତ ରାଓ ସାହେବ ଙ୍କ ର ସ୍ମୃତିରେ ସେ ଏହାକୁ ତିଆରି କରିଛନ୍ତି ।ସ୍ୱର୍ଗତ ପରେ ମହାରାଷ୍ଟ୍ର ସରକାର ଙ୍କ ଅବକାରୀ ନିରିକ୍ଷକ ଥିଲେ ।ଡ୍ୟୁଟି ରେ ଥିବା ସମୟରେ ଗତ ବର୍ଷ କରୋନା ରେ ତାଙ୍କର ମୃତ୍ୟୁ ହୋଇ ଥିଲା ।ଦେହାନ୍ତ ପରେ ପରିବାର ଲୋକେ ତାଙ୍କୁ ବହୁତ ମନେ ପକାଇ ଥିଲେ ।

 ଫଳରେ ବାପା ଙ୍କର ସିଲିକନ୍ ସ୍ଟାଚ୍ୟୁ ତିଆରି କରିବା ପାଇଁ ଅରୁଣ ପ୍ରୟାସ କରି ଥିଲେ ।ବାଙ୍ଗାଲୋର ର ପ୍ରସିଦ୍ଧ ମୂର୍ତ୍ତି କାରିଗର ଶ୍ରୀ ଧର ଙ୍କ ସହାୟତାରେ ସେ ଏହାକୁ ତିଆରି କରିଛନ୍ତି ।

ତାଙ୍କର ଏହି ସିଲିକନ୍ ସ୍ଟାଚ୍ୟୁ ତିଆରି କରିବାକୁ ଶ୍ରୀ ଧର ଙ୍କୁ ପ୍ରାୟ ପାଞ୍ଚ ମାସ କଠିନ ପରିଶ୍ରମ କରିବାକୁ ପଡି ଥିଲା । ଗୋଟିଏ ସିଲିକନ୍ ସ୍ଟାଚ୍ୟୁ ର ଲାଇଫ୍ ପ୍ରାୟ 30 ବର୍ଷ ହୋଇ ଥାଏ ।ଆଉ ପ୍ରତି ମୂର୍ତ୍ତି କୁ ପିନ୍ଧା ଯାଇଥିବା ପୋଷାକ ସବୁଦିନ ବଦଳା ହୋଇଥାଏ ।ପୋଲିସ୍ ସମ୍ପ୍ରଦାୟର ନେତା ଭାବେ ପ୍ରସିଦ୍ଧ ରାଓ ସାହେବ ଅଞ୍ଚଳର ଦୟାଳୁ ସ୍ୱଭାବ ର ଲୋକ ଥିଲେ ।ସେଥି ପାଇଁ ତାଙ୍କର ଏହି ନିଆରା ପ୍ରତି ମୂର୍ତ୍ତି କୁ ଦେଖିବାକୁ ଦୂର ଦୂରରୁ ବହୁ ଲୋକ ତାଙ୍କ ବାସ ଭବନକୁ ଆସୁଛନ୍ତି ।

Leave a Comment