ଥାନାରେ ଅଭିଯୋଗ କରିବାରୁ କଲ ଗାର୍ଲ କରିବାକୁ ଚେଷ୍ଟା, ଫୋନ କରି କହୁଛନ୍ତି ଆସ ମିଶିବା । ପ୍ରଥମ ଅଭିଯୋଗ ପରେ ଥାନାରେ ମାମଲା , ଆଉ ଥାନାକୁ ଡକାଗଲା ଅଭିଯୁକ୍ତଙ୍କୁ । ଥାନାରେ ମାମଲା ପଡିଛି ପୁଣି ଗତକାଲି ସକାଳ 9ରେ କଲ୍ ଆସିଲା । ଆଉ କଲ୍ ରେ ସିୃଧାସଳଖ କୁହାଯାଉଛି ମୋ ସହିତ ସମୟ ବିତେଇବୁ କେତେ ଟଙ୍କା ନବୁ । ତେବେ ଦିନ କୁ ଦିନ ଦେଖିବାକୁ ମିଳୁଛି ଦୁଷ୍କର୍ମ ଏବଂ ମହିଳା ଙ୍କୁ ଶୋଷଣ କରିବାର ନୂଆ ନୂଆ କାହାଣୀ ।
ଲୋକଲଜ୍ୟା , ବିବେକ ସବୁ କିଛି ମାଟିରେ ମିଶି ଗଲାଣି ଆମ ସମାଜ ପାଇଂ । ସମାଜରେ ନାରୀଙ୍କୁ ସବୁବେଲେ ଅବହେଳିତ , ଅତ୍ୟାଚାର କରିବା ସମାଜର ନୀତି ପାଲଟି ଗଲାଣି । ନାରୀଟି ବର୍ତ୍ତମାନ କେଉଁଠି ବି ସୁରକ୍ଷିତ ନୁହେଁ ।
ଆଜିକାଲି ଲୋକମାନେ ଏତେ ଖରାପ ଦିଗରେ ଅଗ୍ରଗତି କରୁଛନ୍ତି ଯାହା ଭାଷାରେ ପ୍ରକାଶ କରିବା ସମ୍ଭବପର ହୋଇପାରୁ ନାହିଁ । ଦିନକୁ ଦିନ ସମାଜରେ ବଢିଚାଲିଛି ଅସାଧୁ ଏବଂ ମନ୍ଦକାର୍ଯ୍ୟ । ଆଜିର ଏହି ସଭ୍ୟ ଶିକ୍ଷିତ ସମାଜରେ ବେଳେବେଳେ ଏମିତି ଲଜ୍ଜାଜନକ ଘଟଣା ମାନେ ଘଟୁଛି ଯାହା ବାସ୍ତବରେ ନିନ୍ଦନୀୟ ଏବଂ ପରିତାପର ବିଷୟ ।
ବର୍ତ୍ତମାନର ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ଏବଂ ନିୟମରେ କଢାକଢି ହେବା ପରେ ମଧ୍ୟ କମୁନାହିଁ କିଛି ଅସଭ୍ୟ , ଅଭଦ୍ର ବ୍ୟକ୍ତି ମାନଙ୍କର ମନ୍ଦବୃତ୍ତି ଏବଂ ହୀନ କାର୍ଯ୍ୟ । ଯେତେ ଆଇନର ଡର ଦେଖାଇଲେ କଣ ହେବ ଯଦି ମଣିଷ ନିଜେ ଏଥିପାଇଁ ସଚେତନ ନହୁଏ କିମ୍ବା ନିଜର ନୈତିକତାକୁ ବଦଳାଇବାକୁ ଚେଷ୍ଟା ନକରେ ତେବେ ଏସବୁର ଲାଭ କଣ । କଣ ସଭ୍ୟ ଶିକ୍ଷିତ ସମାଜର ଏହା ହେଉଛି ବାସ୍ତବ ରୂପ ?
ସତରେ କଣ ଆଜି ବି ବଦଳିନି ମଣିଷର ନିମ୍ନ ମାନସିକତା ? ବେଳେବେଳେ ଆମେ ଆମ ସମାଜର ଏମିତି କିଛି ଘଟଣା ସଂପର୍କରେ ଆସିଥାଉ ଯାହା ଆମକୁ ଲଜ୍ଜାବୋଧ କରାଇଥାଏ । ନିଜର କାମ , ବାସନାକୁ ଚରତାର୍ଥ କରିବା ପାଇଁ ମଣିଷ ନିଜର ସଂଯମତା ହରାଇ କିଛି ବି କରିବାକୁ ପଛାଉନାହିଁ । ତେବେ ନିକଟରେ କିଛି ଏହିଭଳି ଅମାନବୀତ ତଥା ଲଜ୍ଜାଜନକ ଘଟଣା ଘଟି ଥିବାର ଖବର ଆମ ପାଖରେ ଆସି ପହଞ୍ଚିଛି ।
ଘଟଣା ଅନୁସାରେ ଜଣେ ମହିଳା ଥାନାରେ ଅଭିଯୋଗ କରିବାରୁ କଲ ଗାର୍ଲ କରିବାକୁ ଚେଷ୍ଟା କରିଛନ୍ତି ଯୁବକ । ଫୋନ କରି କହୁଛନ୍ତି ଆସ ମିଶିବା । ତେଣୁ ହୋଟେଲ୍ ଆସିବ କେତେ ଟଙ୍କା ନେବେ କୁହ । ଯୁବକ ଜଣଙ୍କ ବହୁତ ଭଦ୍ର ଘରର ବୋଲି କହି ମହିଳାଙ୍କ ନମ୍ବର କେଉଁଠାରୁ କଲେକ୍ଟ କରି ତାଙ୍କୁ ଡାଇରେକ୍ଟ କଲ୍ କରି ସେକ୍ସ କରିବା ପାଇଁ ହୋଟେଲ୍ କୁ ଡାକୁଛନ୍ତି ।
ତେଣୁ ମହିଳାଙ୍କର କହିବା କଥା ସେ ପୋଲିସ୍ ରେ ଅଭିଯୋଗ କରିବା ପରେ ତାଙ୍କୁ ଏପରି କଲ୍ କରି ଅଶ୍ଳୀଳ ଭାଷାରେ କଥା ହେଉଥିଲେ ଜଣେ ଯୁବକ କିନ୍ତୁ ସେ ଯୁବକ ଜଣଙ୍କ କିଏ ସେ ଜାଣିନାହାଁନ୍ତି । ଏହିଥିରୁ ଆପଣ ଜାଣି ପାରୁଥିବେ କେତେ ଶିକ୍ଷିତ ଆମ ସମାଜ ଏବଂ ଦିନକୁ ଦିନ କେତେ୍ ତଳକୁ ଖସି ଯାଉଛନ୍ତି ଲୋକମାନେ ଏବଂ ସେମାନଙ୍କର ମାନବିକତା ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।