ଆଜିର ଏହି ଆଧୁନିକ ସମାଜରେ ଲୋକେ ନିଜର ସମସ୍ତ ସ୍ଵାର୍ଥ ପୂରଣ କରିବା ନିମନ୍ତେ ତଥା ଜୀବନ ରେ ଆର୍ଥିକ ଅବସ୍ଥା କୁ ସୁଦୃଢ କରିବା ନିମନ୍ତେ ପ୍ରତ୍ୟେହ କିଛି ନା କିଛି କାର୍ଯ୍ୟ ରେ ନିଜକୁ ନିୟୋଜିତ ରଖୁଛନ୍ତି।ତେବେ ପ୍ରତ୍ୟେକ ଦିନ ର ଏହି କର୍ମ ବ୍ୟସ୍ତ ଜୀବନ ଚର୍ଯ୍ୟା ଭିତରେ ଖାଦ୍ୟ ପେୟ ର ନିର୍ଦ୍ଦିଷ୍ଟ ନିର୍ଦ୍ଧାରିତ ସମୟ ନ ଥିବା ବେଳେ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଟିକିଏ ଯତ୍ନ ନେବା ର ମଧ୍ୟ ସୁଯୋଗ ମିଳି ନ ଥାଏ।
ତେବେ ଖାଦ୍ୟ ପେୟ ର ନିର୍ଦ୍ଦିଷ୍ଟ ନିର୍ଦ୍ଧାରିତ ସମୟ ନ ଥିବା କାରଣ ରୁ ଆଜିର ଆଧୁନିକ ଯୁଗର ଯୁବପିଢ଼ି ଙ୍କର ବହୁ ସ୍ୱାସ୍ଥ୍ୟ ଗତ ସମସ୍ୟା ସୃଷ୍ଟି ହେଉ ଥିବା ର ଦେଖିବା କୁ ମିଳୁଛି। ତେବେ ଏହି ସ୍ୱାସ୍ଥ୍ୟ ଗତ ସମସ୍ୟା ମାନଙ୍କ ମଧ୍ୟରୁ ପୁରୁଷ ମାନଙ୍କ ର ଧାତୁ ସମସ୍ୟା ଅନ୍ୟତମ।ପ୍ରାୟତଃ ଲୋକ ମାନେ ଏହି ରୋଗ କୁ ଅତି ସାଧାରଣ ଭାବରେ ନେଇଥାନ୍ତି।
କିନ୍ତୁ ସମୟ କ୍ରମରେ ଏହା ନିଜର ବଂଶ କୁ ଆଗକୁ ବଢ଼ାଇବା ବା ଏକ ସନ୍ତାନ ଜନ୍ମ କରିବା ଦିଗରେ ଏକ ବହୁତ ବଡ଼ ସମସ୍ୟା ସୃଷ୍ଟି କରିଥାଏ।ତେଣୁ ଏହାକୁ ହାଲକା ଭାବରେ ନ ନେଇ ଏହି ସମସ୍ୟା ର ତୁରନ୍ତ ଚିକିତ୍ସା କରାଯିବା ଆବଶ୍ୟକ।ତେବେ ପ୍ରତିଦିନ ର ଖାଦ୍ୟ ପେୟ ରେ ଟିକିଏ ପରିବର୍ତ୍ତନ କରି ଆମେ ଏହି ରୋଗ ର ଘରୋଇ ଚିକିତ୍ସା କରି ପାରିବା।ଆସନ୍ତୁ ଏହା ବିଷୟରେ ଅଧିକ ଆଲୋଚନା କରିବା।ତେବେ ଏହି ୮ ଟି ଖାଦ୍ୟ ସାମଗ୍ରୀ ର ବ୍ୟବହାର କରିବା ଦ୍ୱାରା ଆମେ ସମସ୍ତ ପ୍ରକାର ଧାତୁ ସମସ୍ୟା କୁ ଦୂର କରି ପାରିବା।
୧-ଲିଚୁ-ଲିଚୁ ପୁରୁଷ ମାନଙ୍କର ଫର୍ଟିଲାଇଜେସନ କ୍ଷମତା କୁ ବୃଦ୍ଧି କରିଥାଏ।ତେଣୁ ଏହା ବହୁ ମାତ୍ରାରେ ଧାତୁ ସମସ୍ୟା କୁ ଦୂର କରିଥାଏ।
୨-ଅଣ୍ଡା-ଏହା ଶୁକ୍ରାଣୁ ତିଆରି କରି ଶୁକ୍ରାଣୁ ସଂଖ୍ୟା ବୃଦ୍ଧି କରିବା ରେ ସହାୟକ ହୋଇଥାଏ।ଏହା ଶୁକ୍ରାଣୁ ସେଲ କୁ ଫ୍ରି ରେଡିକ୍ଲେଶ ପ୍ରଭାବ ରୁ ରକ୍ଷା କରେ।
୩-ଅଦା-ଏହା ଶରୀର ରେ ସେକ୍ସ ହରମୋନ କ୍ଷରଣ କୁ ବୃଦ୍ଧି କରି ଯୌନ କ୍ଷମତା କୁ ବୃଦ୍ଧି କରିଥାଏ ଓ ଲିଙ୍ଗରେ ରକ୍ତ ସଞ୍ଚାଳନ ନିୟନ୍ତ୍ରଣ କରି ଥାଏ।
୪-ରସୁଣ-ଏଥିରେ ଥିବା ଏଲିସିନ କମ୍ପାଉଣ୍ଡ ଯୌନ କ୍ଷମତା କୁ ବୃଦ୍ଧି କରିବା ସହିତ ଯୌନାଙ୍ଗ ରେ ରକ୍ତ ସଞ୍ଚାଳନ କୁ ବୃଦ୍ଧି କରିଥାଏ।
୫-ପାଣି-ଏହା ଶରୀରରେ ଜଳୀୟ ଅଂଶ ର ପରିମାଣ କୁ ସଠିକ ରଖି ଶରୀର କୁ ସୁସ୍ଥ ରଖିବା ସହ ବର୍ଜ୍ୟବସ୍ତୁ କୁ ଭଲ ଭାବରେ ବାହାର କରି ଦେଇଥାଏ।
୬-ପାଳଙ୍ଗ ଶାଗ- ଏଥିରେ ଫଲିକ ଏସିଡ ଯଥେଷ୍ଟ ପରିମାଣରେ ରହିଛି।ଏହି ଫଲିକ ଏସିଡ ପୁରୁଷ ଶରୀର ରେ ଶୁକ୍ରାଣୁ ର ପରିମାଣକୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ।
୭-ବଇତାଳୁ ମଞ୍ଜି- ଏହା ପୁରୁଷ ଶରୀରରେ ଟେଷ୍ଟୋଷ୍ଟିରନ ନାମକ ସେକ୍ସ ହରମୋନ କ୍ଷରଣ କରିବାରେ ସାହାଯ୍ୟ କରେ।
୮-ଡାର୍କ ଚକଲେଟ- ମାର୍କେଟ ରେ ମିଳୁଥିବା ଏହି ଡାର୍କ ଚକଲେଟ ପୁରୁଷ ମାନଙ୍କ ଶରୀରରେ ଶୁକ୍ରାଣୁ ସଂଖ୍ୟା ବୃଦ୍ଧି କରିଥାଏ।ତେଣୁ ଉପରୋକ୍ତ ୮ ଟି ଖାଦ୍ୟ ପଦାର୍ଥ ଖାଇବା ଦ୍ୱାରା ବିଭିନ୍ନ ଧାତୁ ସମସ୍ୟା ଦୂର ହୋଇଥାଏ।
ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।