ନଡ଼ିଆ ତେଲରେ ଏହି ଦୁଇଟି ଜିନିଷ ମିଶେଇ ଲଗାନ୍ତୁ Skin Soft Glowing ହେଇଯିବ

ଆପଣ ମାନେ ସମସ୍ତେ ଦେଖୁଥିବେ କି ଯୁବକ ଯୁବତୀ ମାନଙ୍କ ର ଅନେକ ସମୟରେ ତାଙ୍କ ଚେହେରା ର ବ୍ରଣ ବାହାରିଥାଏ ଆଉ ତାହାର ଦାଗ ବି ରହିଯାଏ ।ତେବେ ଯୁବାବସ୍ଥାରେ ଏହି ବ୍ରଣ ସମସ୍ୟା ସମସ୍ତଙ୍କ ପାଖରେ ଦେଖିବାକୁ ମିଳିଥାଏ ଓ ସେହି ସମୟର କଷ୍ଟ ବି ବୁଝି ପାରୁଥିବେ ।

ଅନେକ ବେଳେ ଆପଣଙ୍କ ଯୁବାବସ୍ଥା ବିତିଗଲା ପରେ ବି ବ୍ରଣ ଦାଗ ଯାଇନଥାଏ ମୁହଁରେ ଆଉ ସେତେବେଳେ ଆପଣଙ୍କ ର ଯେତେ ସୁନ୍ଦର ମୁହଁ ହେଇଥିଲେ ବି ତାହା ଅସୁନ୍ଦର ଦେଖାଯାଏ ।ତେବେ ଏମିତି କଣ କଲେ ଆପଣଙ୍କ ବ୍ରଣ ଜଲଦି ଭଲ ହେବ ଆଉ ଏହାର ଦାଗ ବି ରହିବ ନାହିଁ !

ତେବେ ଆମେ ଆଜି ଆପଣଙ୍କ ର ଏହି ବ୍ରଣ ସମସ୍ୟା କୁ ମୁକ୍ତି କରିବା ପାଇଁ ଏକ ଛୋଟ ଆଉ ଖୁବ ଉପକାରୀ ଉପାୟ ନରି ଆସିଛୁ ।ଯାହାକୁ ବ୍ୟବହାର କରି ଆପଣ ନିଜେ ଅନୁଭବ କରିପାରିବେ ଯେ ତାହା କେତେ ଗୁଣବତ୍ତା ଅଟେ ।ତେବେଏହି ଉପାୟରେ ଆପଣଂକୁ ନଡ଼ିଆ ତେଲର ବ୍ୟବହାର କରିବାକୁ ପଡିବ ତେବେ ସେଥିରେ ଆଉ କଣ ମିଶାଇବେ ଆଉ ତାକୁ କେମିତି ବ୍ୟବହାର କରିବେ ଆସନ୍ତୁ ସେ ବିଷୟରେ ସବୁକିଛି ଜାଣିବା ।

ରିମେଡି ପାଇଁ ଆବଶ୍ୟକ ସାମଗ୍ରୀ:-

-ନଡ଼ିଆ ତେଲ
-ଓଲିଭ୍ ଅଏଲ୍
-ଗ୍ଲିସେରିନ୍
-ଲେମ୍ବୁ

ରିମେଡି ର ପ୍ରସ୍ତୁତି ପ୍ରଣାଳୀ:-

-ତେବେ ଏହି ରିମେଡି ତିଆରି କରିବା ପାଇଁ ପ୍ରଥମେ ଆପଣଂକୁ ନଡ଼ିଆ ତେଲ ନେବାକୁ ପଡିବ, ତେବେ ଘର ତିଆରି ନଡ଼ିଆ ତେଲ ହେଲେ ଖୁବ ଭଲ ।ତେବେ ଆପଣ ଏକ ଛୋଟ ଡବାରେ ପ୍ରଥମେ ଦୁଇ ଚାମଚ ନଡ଼ିଆ ତେଲ ନିଅନ୍ତୁ, ତାପରେ ସେଥିରେ ଅଧା ଚାମଚ ଓଲିଭ୍ ଅଏଲ୍ ପକାନ୍ତୁ ।ଏହାପରେ ପୁଣି ସେଥିରେ ଅଧା ଚାମଚ ଗ୍ଲିସେରିନ୍ ଓ ଅଧା ଚାମଚରୁ କମ ଲେମ୍ବୁ ରସ ପକାଇ ସବୁକୁ ଭଲ କରି ମିଶାଇ ନେବେ ।ଏହାପରେ ଆପଣଙ୍କ ର ଏହି ରିମେଡି ତିଆରି ହେଇଯିବ, ତାପରେ ସେହି ଡବାକୁ ଆପଣ ବନ୍ଦ କରି ବାହାରେ ବା ଫ୍ରିଜ୍ ରେ ରଖିପାରିବେ ।

ରିମେଡି ର ବ୍ୟବହାର:-

-ତେବେ ଆପଣଙ୍କ ଫେସରେ ଯଦି କିଛି ବ୍ରଣ ଥାଉ ନି ନଥାଉ ଯଦି ଆପଣ ପ୍ରତିଦିନ ରାତିରେ ବ୍ୟବହାର କରିବେ ତେବେ ଏହା ଖୁବ ଭଲ କାମ ଦେଇଥାଏ ।ତେବେ ମନେ ରଖିବେ ଶୋଇବା ପୂର୍ବରୁ ଆଗ ମୁହଁକୁ ଭଲ ଭାବରେ ଧୋଇ ନେବେ ତାପରେ ସେହି ରିମେଡି ତେଲକୁ ଅଳ୍ପ ହାତରେ ନେଇ ଘଷି ଗରମ କରି ମୁହଁ ରେ ଲଗାଇବେ ।ତେଲ ଲଗାଇ ସାରି ମୁହଁକୁ ଟିକିଏ ସମୟ ମସାଜ କରିବେ ଆଉ ସକାଳୁ ଉଠି ପାଣିରେ ମୁହଁକୁ ଧୋଇଦେବେ ।ଏହାପରେ ଦେଖିବେ ଆପଣଙ୍କ ଫେସରେ କିଛି ଦାଗ ଥିଲେ ତାହା କେତେ ଜଲଦି ଭଲ ହେଇଯିବ ଆଉ ସ୍କିନ ବି ପୁରା ସଫ୍ଟ ହେଇଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।