ଏହି ଗୋଟିଏ ଭୂଲ କଣ ଆପଣ ବି କରୁଛନ୍ତି! ତାହେଲେ ସାବଧାନ | ଶିଶୁର ଓଜନ କମିବାର କାରଣ କ’ଣ ? Pregnancytips

ବନ୍ଧୁମାନେ ଗର୍ଭବତୀ ହେବା ହେଉଛି ଗୋଟିଏ ନାରୀ ପାଇଁ ବହୁତ ବଡ଼ ଖୁସିର କଥା ।ତେବେ କୁହାଯାଏ କି ମାଆ ହେବା ନାରୀର ଦ୍ଵିତୀୟ ଜନ୍ମ ପରି, କାରଣ ଏଥିରେ ତାଙ୍କୁ ବହୁତ କିଛି କରିବାକୁ ପଡିଥାଏ ଯାହା ତାଙ୍କୁ ଅନେକ କଷ୍ଟ ଦେଇଥାଏ ।

ତେବେ ଗର୍ଭବତୀ ସମୟରେ ମହିଳାଙ୍କ ର ଛୋଟ ଛୋଟ ଭୁଲ ବି ତାଙ୍କ ପିଲା ପାଇଁ ବହୁତ ବଡ଼ ବାଧା ସୃଷ୍ଟି କରିଥାଏ ।ତେବେ ଗର୍ଭବତୀ ସମୟରେ ଯଦି ନାରୀ ଟିଏ ଠିକ ପଜିସନରେ ଶୋଉ ନାହାନ୍ତି ତେବେ ଏହା ବହୁତ ବଡ଼ ବିପଦ ଆଣିଥାଏ ପିଲା ପାଇଁ ।

ଯେତେବେଳେ ନାରୀ ଗର୍ଭବତୀ ସମୟରେ ଠିକ ଭାବରେ ଶୋଉ ନାହାନ୍ତି ତେବେ ସେତେବେଳେ ପିଲା ପାଖରେ ଠିକରେ ଖାଦ୍ୟ ପହଞ୍ଚି ନଥାଏ ।ନ୍ୟୁଟ୍ରିସନ ଯାଏ ନାହିଁ, ବ୍ଲଡ଼ ସାରକୁଳେଶନ ବି ପିଲାର ଠିକରେ ହୁଏ ନାହିଁ ।ଆଉ ସେହି କ୍ଷେତ୍ରରେ ପିଲାର ବିକାଶରେ ଅନେକ ବାଧା ସୃଷ୍ଟି ହେଇଥାଏ ।ତେବେ ଆପଣ ଗର୍ଭବତୀ ସମୟରେ କେମିତି ଶୋଇବେ ସେ ବିଷୟରେ ଆପଣ ନିହାତି ଜାଣି ସତର୍କ ହେବା ଉଚିତ ।

ଗର୍ଭବତୀ ସମୟରେ କେମିତି ଶୋଇବେ…

1.ତେବେ ଗର୍ଭବତୀ ହେବାର ପ୍ରଥମ ମାସ ରୁ 3 ମାସ ସମୟ ଭିତରେ ଆପଣ ଯେମିତି ପାରିବେ ସେମିତି ଶୋଇ ପାରିବେ ଏଥିରେ ପିଲା ଉପରେ କିଛି ଅସୁବିଧା ବା ପ୍ରଭାଵ ପଡି ନଥାଏ ।ତେବେ ମନେ ରଖିବେ କି ଆପଣ କେବଳ ପେଟେଇ ଶୋଇ ପାରିବେ ନାହିଁ ।

2.ଯେତେବେଳେ ଗର୍ଭ 4 ରୁ 6 ମାସ ଭିତରେ ଚାଲି ଥିବ ସେତେବେଲେ ମନେ କି ଆପଣ ଜମା ଚିତ ହେଇ ଶୋଇବେ ନାହିଁ ।ତେବେ ଏହା ବ୍ୟତୀତ ଆପଣ ପେଟେଇ ବି ଶୋଇବର ନାହିଁ ।ତେଣୁ ଆପଣ ଡାହାଣ ବା ବାମ ପଟକୁ କଡେଇ ଶୋଇ ପାରିବେ କିନ୍ତୁ ସବୁବେଳେ ଚେଷ୍ଟା କରିବେ ବାମ ପଟକୁ କଡେଇ ଶୋଇବାକୁ ।ଯଦି ଭୁଲରେ ବି ଡାହାଣ ପଟକୁ ଶୋଇ ଥିଲେ ନିଦରୁ ଉଠି ଚେଷ୍ଟା କରିବେ ବାମ ପଟକୁ ଶୋଇବାକୁ ।

3.ତେବେ 7 ରୁ 9 ମାସ, ଏହି 3 ଟି ମାସ ଗର୍ଭବତୀ ମହିଳା ଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସମୟ ଅଟେ ।ଏହି ସମୟରେ ଶିଶୁ ପାଖରେ ସବୁ ପ୍ରକାରର ନ୍ୟୁଟ୍ରିସନ ଓ ଅମ୍ଳଜାନ ପହଁଚିବା ଦରକାର କାରଣ ଏହି ସମୟରେ ଶିଶୁ ସବୁଠାରୁ ଅଧିକ ଗତଥ କରିଥାଏ ।ଆଉ ଏହା ସେତେବେଳେ ସମ୍ଭବ ହେବ ଯେତେବେଳେ ନାରୀ ଏହି ମାସ ଗୁଡିକରେ ଅଧିକ ବାମ ପଟକୁ କଡ଼ କରି ଶୋଇବେ ।ବାମ ପଟକୁ କଡ଼ କଲେ ପିଲା ପାଖକୁ ଠିକରେ ଅକ୍ସିଜେନ ଯିବା ସହିତ ସବୁ ପ୍ରକାର ଖାଦ୍ୟ ଓ ପିଲା ବ୍ଲଡ଼ ସାରକୁଳେଶନ ବି ଠିକରେ ହେଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।