ସମାଜରେ ଚଳିବା ପାଇଁ ହେଲେ କିଛି ନିୟମ ମାନି ଚଳିବାକୁ ପଡିଥାଏ ନହେଲେ କୌଣସି ସମାଜ ଠିକ ଭାବରେ ପରିଚାଳିତ ହେଇ ପାରି ନଥାଏ ।ତେବେ ଏହି ନୀତି ନିୟମ ଏକ ବନ୍ଧନ ପରି ହେଇ ଥାଏ ଯାହାକୁ ଆମେ କେବେ ଛାଡି ପାରୁ ନାହିଁ କାରଣ ଆମେ ଆମ ପୂର୍ବ ପୁରୁଷ କାଳରୁ ଆମେ ସେସବୁ ମାନି ଆସୁଛୁ ।କିନ୍ତୁ କିନ୍ତୁ ସମୟ ଅନୁସାରେ ଏହି ଏହି ନିୟମ ଗୁଡିକୁ କେହି କେହି ମାନି ନଥାନ୍ତି ଆଉ ଏସବୁ ବିରୋଧରେ କାମ କରିଥାନ୍ତି ।
ତେବେ ସେତେବେଳେ ଆମେ ଭାବିବା ଦରକାର ପୂର୍ବରୁ ଏହି ନିୟମ ଗୁଡିକ ରହି ଆସିଛି ଆମେ ଏସବୁ ମୂଳରେ କିଛି ତ ଗୁଡ଼ ଅର୍ଥ ରହିଥିବ ।
ତେବେ ସବୁ ନିୟମ ଗୁଡିକୁ ଭିତରୁ କିଛି ଏମିତି ନିୟମ ରହିଛି ମାନବିକ ଦୃଷ୍ଟିରୁ ଦେଖିବାକୁ ଗଲେ ଭୁଲ ଅଟେ ଆଉ ସେସବୁକୁ ଆମ ସମାଜରୁ ଅବସାନ କରିବା ପାଇଁ ବହୁତ ସମୟରେ ବହୁତ ନେତା ମାନେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗୁଡିକ ନେଇଛନ୍ତି ।ତେବେ ଆମ ଶାସ୍ତ୍ର ଅନୁଯାୟୀ କିଛି କଥା ରହିଛି ଯାହା ଦେଖିବାକୁ ଗଲେ ମାନିବା ଉଚିତ ମାତ୍ର ଆଧୁନିତାର ଚମକ ବି ସେଥିରେ ଦେଖା ଗଲାଣି ଯାହାକୁ କଲେ ଆମ ଶାସ୍ତ୍ର ଅନୁଯାୟୀ ବହୁତ ବଡ଼ ପାପ ଅଟେ ।ତେବେ ବହୁତ କାଳରୁ ବିଧବା ମାନଙ୍କ ସମାନ ଓ ସମାଜରେ ଏକ ପରିଚୟ ପାଇଁ ବହୁତ କିଛି କରା ଯାଇଛି ।
ଆଉ ସେଥିପାଇଁ ଏବେ ବିଧବା ମାନେ ଆଜି ମୁଣ୍ଡ ଟେକି ସମାଜରେ ଚାଲି ପାରୁଛନ୍ତି ।ତେବେ ଆଜି ବି ପ୍ରଶ୍ନ ଉଠେ ଯେତେବେଳେ ଜଣେ ବିଧବା ସ୍ତ୍ରୀ ଦ୍ଵିତୀୟ ବିବାହ କରେ ନହେଲେ ଆଉ କାହା ସହ ସମ୍ପର୍କରେ ରହିଲେ ।ଏନେଇ ସେହି ମହିଳାଙ୍କୁ ସମାଜରେ ସମସ୍ତେ ଛିଃ ଛାକର କରି ଥାଆନ୍ତି, କିନ୍ତୁ ଥରେ ଭାବିଲେ ଯେତେବେଳେ ଜଣେ ବ୍ୟକ୍ତିର ସ୍ତ୍ରୀର ଦେହାନ୍ତ ହେଇ ଯାଉଛି ସେତେବେଳେ ସେ ଦ୍ଵିତୀୟ ବିବାହ କଲେ କାହିଁକି ସମାଜରେ କିଛି ପ୍ରଶ୍ନ ଉଠେନା !ଆଉ ଘରେ ସ୍ତ୍ରୀ ରହିକି ବି ଅନୁ ନାରୀ ସହିତ ବି ସମ୍ପର୍କରେ ରହିଥାନ୍ତି ସେତେବେଳେ ପୁରୁଷ ଖରାପ ହୁଏନା ।ଆଉ ସେହି ଯାଗାରେ ସ୍ତ୍ରୀର ସ୍ୱାମୀ ମରିଗଲେ ସେ ଦୁଃଚରିତ୍ର ହେଇଥାଏ ।
ଏସବୁର ନାରୀର ଭୁଲ କୋଉଠୁ ରହିଲା ,ତେବେ ପ୍ରାୟତଃ 50ରୁ 60 ବୟସ ପରେ ମହିଳା ମାନେ ଶାରୀରିକ ସମ୍ପର୍କ ରଖିବାକୁ ପସନ୍ଦ କରି ନଥାନ୍ତି ।କିନ୍ତୁ ଯେଉଁ କମ ବୟସରୁ ବିଧବା ହେଇଥାନ୍ତି ସେମାନଙ୍କର କିଛି ଆଶା ରହିଥାଏ ।ତେବେ ଦେଖିବାକୁ ଗଲେ ଏହା କୋଉ ଦୃଷ୍ଟିରୁ ବି ଏହା ଭୁଲ ନୁହେଁ ଯଦି ଜଣେ ଜଣେ ପୁରୁଷ ନିଜ ଆବଶ୍ୟକତା ପାଇଁ ଏସବୁ କରିପାରୁଛି ତାହେଲେ ଜଣେ ସ୍ତ୍ରୀର ବି ସେଠିକି ଅଧିକାର ରହିଛି କି ସେ ନିଜ ଇଚ୍ଛାରେ ଯାହା ଚାହୁଁଛି କରପାରିବ ।ତେବେ ଆମେ ଏତିକି କହିବୁ ସେ ପୁରୁଷ ହୁଅନ୍ତୁ ବା ନାରୀ ଏମିତି କିଛି ନକରନ୍ତୁ ଯାହାର ଖରାପ ଇମ୍ପେକ୍ଟ ଜୀବପିଡ଼ି ବା ଛୋଟ ପିଳାଙ୍କ ଉପରେ ନପଡ଼ିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।