ସମୟ ବିତିବା ସହ ଗୋଟିଏ ପରେ ଗୋଟିଏ ନୂଆ ତଥ୍ୟ ସାମ୍ନା କୁ ଆସୁଅଛି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ହତ୍ୟାକାଣ୍ଡ କୁ ନେଇ। ତେବେ ବର୍ତ୍ତମାନ ଏହିପରି ଏକ ଘଟଣା ସାମ୍ନା କୁ ଆସିଅଛି ଯାହା ବିଷୟ ରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।
ତେବେ ଏହିଭଳି ଆକସ୍ମିକ ଭାବରେ ASI ଗୋପାଳ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କୁ ଗୁଳି ମାରି ନଥିଲେ ବରଂ ମନ୍ତ୍ରୀ ଙ୍କୁ ହତ୍ୟା କରିବା ପାଇଁ ଆଗରୁ ଯୋଜନା କରିଥିଲେ ଗୋପାଳ ।ଖାଲି ଏତିକି ନୁହେଁ ବରଂ ସେହି ଘଟଣା ସ୍ଥଳ କୁ ହତ୍ୟାକାଣ୍ଡ ର ଏକ ଦିନ ପୂର୍ବରୁ ଯାଇ କେମିତି ହତ୍ୟା କରିବେ ତାର ପ୍ରାକ୍ଟିସ ମଧ୍ୟ କରିଥିଲେ।
ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆଜି ASI ଗୋପାଳ ଙ୍କ ଗୁଳି ମାଡ଼ ରେ ଟଳି ପଡିଥିଲା ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ। ତେବେ ସୂଚନା ଅନୁସାରେ , ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଆଜି ଏକ କାର୍ଯ୍ୟକ୍ରମ ରେ ଯୋଗ ଦେବା କୁ ଯାଉଥିବା ବେଳେ ଏହିଭଳି ଅଘଟଣ ଘଟିଥିଲା। ତେବେ ନବ ଦାସ , କାର ରୁ ତଳ କୁ ଉଲ୍ହେଇବା ସମୟ ରେ ଏ ଏସ ଆଇ (ASI) ଗୋପାଳ କୃଷ୍ଣ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କୁ ଗୁଳି ମାଡ଼ କରିଥିଲେ। ତେବେ ASI ଙ୍କ ଗୁଳି ଯାଇ ବାଜିଥିଲା ମନ୍ତ୍ରୀ ନବ ଦାସ ଙ୍କ ଛାତି ରେ। ଆଉ ସଂଗେ ସଂଗେ ସେ ସେଠା ରେ ଟଳି ପଡ଼ିଥିଲେ , ଆଉ ପାଖ ରେ ଥିବା ହସ୍ପିଟାଲ ରେ ତାଙ୍କୁ ଭର୍ତ୍ତି କରାଯାଇ ଥିଲା। ଏବଂ ପରେ ତାଙ୍କର ମୃତ୍ୟୁ ହୋଇଥିଲା।
ମାତ୍ର ଏହାପରେ ମଧ୍ୟ ମନ୍ତ୍ରୀ ନବ ଦାସ ଙ୍କ ର ମୃତ୍ୟୁ ହୋଇଥିଲା। ତେବେ ଏହାକୁ ନେଇ ମୁଖ୍ୟ ଅଭିଯୁକ୍ତ ASI ଗୋପାଳ ଦାସ ଙ୍କୁ ପୋଲିସ ଗିରଫ କରି ଏହାର ତଦନ୍ତ କ୍ରାଇମବ୍ରାଞ୍ଚ ହାତ କୁ ନେଇଥିଲେ। ତେବେ ପରେ ତଦନ୍ତ ଗୋପାଳ ଦାସ ଯାହା ସବୁ କହିଥିଲେ ତାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଥିଲା। ତେବେ ସେ କହିଥିଲେ କି , ତାଙ୍କର କୌଣସି ବ୍ୟକ୍ତିଗତ ଶତ୍ରୁତା ନଥିଲା କିନ୍ତୁ ସେ ଲୋକଙ୍କୁ ବହୁତ ଆତଙ୍କିତ କରୁଥିଲେ ଏବଂ ନିର୍ଯ୍ୟାତନା ଦେଉଥିଲେ ତେଣୁ ସେ ତାଙ୍କୁ ହତ୍ୟା କରିଛି ବୋଲି।
ତେବେ କିନ୍ତୁ ତଦନ୍ତ ପରେ ଜଣାପଡିଛି କି , ଏହା ଏକ ଦୁର୍ଘଟଣା ନୁହେଁ ବରଂ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ଅଟେ। କାରଣ ହତ୍ୟାକାଣ୍ଡ ର ଏକ ଦିନ ପୂର୍ବରୁ ASI ଗୋପାଳ ମନ୍ତ୍ରୀ ଯିବା ସ୍ଥାନ କୁ ଯାଇ ବନ୍ଧୁକ ଧରି ଜଣେ ପାଖ ଲୋକ ସହ ଫାୟରିଂ କରିବାର ପ୍ରାକ୍ଟିସ କରିଥିଲେ। ଆଉ ଲୋକ ଜଣଙ୍କ ଭୟଭୀତ ହେବା ପରେ ତାଙ୍କୁ କହିଥିଲେ କି ସେ ମଜା କରୁଛନ୍ତି ବୋଲି। ମାତ୍ର ବର୍ତ୍ତମାନ ଏହାକୁ ଗ୍ରହଣ କରିଛନ୍ତି ଗୋପାଳ ଦାସ ଆଉ ମାନିଛନ୍ତି କି ମନ୍ତ୍ରୀ ନବ ଦାସ ଙ୍କୁ ମାରିବା ପାଇଁ ଗୋଟିଏ ଦିନ ଆଗରୁ ଯାଇ ସେ ସେହି ସ୍ଥାନରେ ଦୁଇ ଥର ପ୍ରାକ୍ଟିସ କରିଥିଲେ କିପରି ଗୁଳି ମାରିବେ ବୋଲି। ତେବେ ଏହି ଘଟଣା ଟି ବର୍ତ୍ତମାନ ଖୁବ ଚର୍ଚ୍ଚା ରେ ରହିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।