“ମୁଁ ମୋର ସିନେମା ଜୀବନ ଆରମ୍ଭ କରିବା ଠାରୁ ଆଜି ପର୍ଯ୍ୟନ୍ତ ମୋ ସହ ସବୁବେଳେ ପିଣ୍ଟୁ ଭାଇ ଥିଲେ। ଚୋରଣି ଭଳି ଅନେକ ସିନେମା ରେ ସେ ମୋ ବାପା ଙ୍କ କେରେକ୍ଟର ରେ ଅଭିନୟ କରିଥିଲେ ମାତ୍ର ମୋତେ ନିଜ ଝିଅ ଭଳି ଭଲ ପାଇବା ଦେଇଥିଲେ। ସେ ଯେତେବେଳେ ସୁଟିଂ ରେ ଗୋଟିଏ ଦିନ ନାଆସନ୍ତି ତେବେ ଆମକୁ ବହୁତ ଖାଲି ଖାଲି ଲାଗେ, ଆଉ ସେ ଯେ ସବୁଦିନ ପାଇଁ ଆମକୁ ଛାଡି ଚାଲି ଯାଇଛନ୍ତି ତାହାକୁ ମୁଁ ବିଶ୍ୱାସ କରି ପାରୁ ନାହିଁ”।ବନ୍ଧୁଗଣ ଏହା କହିଛନ୍ତି ଅଭିନେତ୍ରୀ ଶୀତଳ ଆଉ ଭୋ ଭୋ ହୋଇ କାନ୍ଦି ପକେଇଛନ୍ତି। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ସୂଚନା ବିଷୟ ରେ।
ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି , ଗତ ଦୁଇ ତାରିଖ ରାତି ରେ ଓଲିଉଡ ର ବରିଷ୍ଠ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ର ହାଇଦ୍ରାବାଦ ରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି। ତେବେ ଦୀର୍ଘଦିନ ଧରି ସେ ଲିଭର ସିରୋସିସ୍ ରୋଗ ରେ ଆକ୍ରାନ୍ତ ଥିଲେ। ତେବେ ତାଙ୍କର ଚିକିତ୍ସା ପାଇଁ ଟଙ୍କା ବାଧକ ସାଯିବା ବେଳେ ସବୁ କଳାକାର ତଥା ଲୋକେ ତାଙ୍କୁ ସାହାଯ୍ୟ କରିଥିଲେ ଏବଂ ସେ ଚିକିତ୍ସା ପାଇଁ ଦିଲ୍ଲୀ ରେ ପହଁଚି ଥିଲେ ଆଉ ପରେ ହାଇଦ୍ରାବାଦ ରେ। ମାତ୍ର ସବୁ ଚେଷ୍ଟା ପ୍ରଚେଷ୍ଟା ପରେ ମଧ୍ୟ ଜୀବନ ଯୁଦ୍ଧ ରେ ହାରିଗଲେ ଅଭିନେତା ପିଣ୍ଟୁ ନନ୍ଦ ଏବଂ ଚାଲିଗଲେ ଅଫେରା ରାଇଜ କୁ।
ତେବେ ବନ୍ଧୁଗଣ ଆମ ପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ମୃତ୍ୟୁ ରେ ବର୍ତ୍ତମାନ ପୁରା ସିନେମା ଜଗତ ଭାଙ୍ଗି ପଡିଛି। ତେବେ ତାଙ୍କର ମୃତ୍ୟୁ ରେ ଖୁବ ମର୍ମାହତ ହୋଇଛନ୍ତି ଅଭିନେତ୍ରୀ ଶୀତଳ ଏବଂ ତାଙ୍କ କଥା କହି ସେ ଭୋ ଭୋ ହୋଇ କାନ୍ଦି ପକେଇଛନ୍ତି। ତେବେ ଶୀତଳ କହିଛନ୍ତି କି, ପିଣ୍ଟୁ ଭାଇ ଏହିପରି ଜଣେ କଳାକାର ଯାହାଙ୍କୁ ଆପଣ ଯେ କୌଣସି କେରେକ୍ଟର ଦିଅନ୍ତୁ ସେ ତାଙ୍କୁ ଏକା ଥରରେ ପୁରା ଠିକ ଭାବରେ କରି ଦିଅନ୍ତି। ସେ ସୁଟିଂ ସେଟ ରେ ଥିଲେ ଆମେ ସମସ୍ତେ ମଜାମସ୍ତି କରି ସୁଟିଂ କରିଥାଉ।
ମୋ ସିନେମା ଜୀବନ ଆରମ୍ଭ ରୁ ମୁଁ ତାଙ୍କ ସହ କାମ କରି ଆସିଛି ଆଉ ସେ ମୋତେ ଖୁବ ସାହସ ଦେଇଥାନ୍ତି ଆଗକୁ ଆହୁରି ଭଲ କରିବା ପାଇଁ। ମୋର ଚୋରଣି ଭଳି ଅନେକ ସିନେମା ରେ ସେ ବାପା ଙ୍କ କେରେକ୍ଟର ରେ ଅଭିନୟ କରିଥିଲେ ମାତ୍ର ମୋତେ ନିଜ ଝିଅ ଭଳି ସେନ୍ହ ଓ ଭଲ ପାଇବା ଦେଇଥିଲେ। କିନ୍ତୁ ସେ ଯେ ଆଜି ସବୁଦିନ ପାଇଁ ଆମକୁ ଛାଡି ଏହିପରି ଚାଲିଗଲେ ତାହା ଏବେ ବି ସ୍ୱପ୍ନ ପରି ଲାଗୁଛି। ତେବେ ଏହା କହି ଭୋ ଭୋ ହୋଇ କାନ୍ଦି ପକେଇଥିଲେ ଅଭିନେତ୍ରୀ ଶୀତଳ। ତେବେ ଏହାର ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।