ବନ୍ଧୁମାନେ ତ୍ୱଚା ର ଯତ୍ନ ନେବା ପାଇଁ ଆମେ ସବୁବେଳେ ଖୁବ ତତ୍ପର ରହିଥାଉ ।ବହୁତ ସମୟରେ ତ୍ୱଚା ରେ ଆମେ ଅନେକ ପ୍ରକାରର ପ୍ରସାଦନ ସାମଗ୍ରୀ ବ୍ୟବହାର କରି ତ୍ୱଚା ର ଗ୍ଲୋ ନେସ ବଡେଇବାକୁ ଚେଷ୍ଟା କରିଥାଉ ।ହେଲେ ଏଠିରର ଅଧିକ ଅର୍ଥ ବ୍ୟୟ କରିବାକୁ ପଡୁଥିବା ସହିତ ସେହି ଗ୍ଲୋ ନେସ ଖୁବ ଅଳ ଦିନର ହେଇଥାଏ ।
ତେବେ ଆପଣଙ୍କ ହାତ ପାଖରେ ଏମିତି କିଛି ପ୍ରାକୃତିକ ସାମଗ୍ରୀ ରହିଛି ଯାହାକୁ ଠିକ ଉପାୟରେ ବ୍ୟବହାର କଲେ ଆପଣଙ୍କ ର ତ୍ୱଚା ର ଚମକ କେବେ କମିବ ନାହିଁ ।ତେବେ ଆଜି ଆସନ୍ତୁ ଟମାଟୋ ର ବ୍ୟବହାର କରି ଆପଣ କେମିତି ସୁନ୍ଦର ଚେହେରା ପାଇବେ ସେହି ବିଷୟରେ ଜାଣିବା ।
ସାଧାରଣତଃ ଟମାଟୋ କୁ ଆମେ ଖାଇବାରେ ବ୍ୟବହାର କରିଥାଉ ଆଉ ବହୁତ ଲୋକ ଏହାକୁ ଫେସ ରେ ଵିଵ ବ୍ୟବହାର କରିଥାନ୍ତି ।ତେବେ ଆପଣ ଟମାଟୋ କୁ ଫେସ ବା ସ୍କିନ ରେ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ସ୍କିନ ଗୋରା ହେବା ସହିତ ଗ୍ଲୋ କରିଥାଏ ।ହେଲେ ଖୁବ କମ ଲୋକ ଟମାଟୋ ର ଠିକ ବ୍ୟବହାର ଜଣାଇ ନାହାନ୍ତି କି ଏହାକୁ କେମିତି ତ୍ୱଚାରେ ବ୍ୟବହାର କରାଯାଏ ।ତେଣୁ ଆସନ୍ତୁ ଆଲୋଚନା କରିବା କୋଉ କୋଉ ଉପାୟରେ ଆପଣ ଟମାଟୋ କୁ ତ୍ୱଚା ପାଇଁ ବ୍ୟବହାର କରିପାରିବେ ।
1.ପ୍ରଥମେ କୌଣସି ବି ଟମାଟୋ ରେ ତ୍ୱଚା ଉପଯୋଗୀ ସାମଗ୍ରୀ ତିଆରି କରିବା ପାଇଁ ଆପଣ ଟମାଟୋ କୁ ଭଲ ଭାବରେ ଧୋଇ ନେଇ ତାହାର ପେଷ୍ଟ ବନାନ୍ତୁ ।ତାପରେ ଆପଣ ସେହି ପେଷ୍ଟ ରେ ଅଳ୍ପ ପାଣି ଦେଇ ଭଲ ଭାବରେ ଫେଣ୍ଟି ନେଇ ଫେସ ରେ ଲଗାଇ ପାରିବେ ।
2.ସେମିତି ଆପଣ ଟମାଟୋ ପେଷ୍ଟ ରେ ଅଳ୍ପ ମହୁ କୁ ଭଲ ଭାବରେ ମିଶାଇ ନେଇ ତାହାକୁ ପୁରା ସ୍କିନ ସହିତ ଫେସରେ ଲଗାଇବା ଦ୍ଵାରା କଳା ଦାଗ ଦୂର ହୁଏ ।
3.ଟମାଟୋ ରସ ରେ ଗୋଟିଏ ଚାମୁଚ ଚିନି କୁ ଭଲ ଭାବରେ ଗୋଳାଇ ନେବେ ଆଉ ତାହାକୁ ଆପଣ ଫେସ ରେ ଲଗାଇ ପାରିବେ ।
4.ଶେଷରେ ଆପଣ ଟମାଟୋ ପେଷ୍ଟ ସହିତ ମୁଲତାନୀ ମାଟି କୁ ମିଶାଇ ଏହାକୁ ଆପଣ ଫେସ ରେ ଲଗେଇ ପାରିବେ ।
ତେବେ ଏହି ଉପାୟ ଗୁଡିକ ଟମାଟୋ ସହିତ ଆପଣ କରିପାରିବେ ଓ ଏହି ଉପୟରେ ଟମାଟୋ କୁ ଫେସ ଓ ସ୍କିନ ରେ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ସ୍କିନ ସବୁଦିନ ଗ୍ଲୋ କରୁଥିବ ।ଆଉ ଏଥିରେ କୌଣସି ଖରାପ ପଡ଼ି ନଥାଏ ଓ ବିଶେଷ ଅର୍ଥ ଖର୍ଚ୍ଚ କରିବାକୁ ପଡେ ନାହିଁ ।ତେଣୁ ଆପଣ ଟମାଟୋ ର ଏହି ଉପାୟ ଗୁଡିକ ନିଶ୍ଚିତ ବ୍ୟବହାର କରନ୍ତୁ ନିଜ ତ୍ୱଚା ଉପରେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।