ଜେଲ୍‌ରେ ଥିବାବେଳେ ନିରାଆର୍ୟାଙ୍କ ଛାତିରୁ ଲୁଗା ଖୋଲି “ନିରା ଙ୍କ ସ୍ତନ କୁ କଟିଥିଲେ “

ଆମେ ବର୍ତ୍ତମାନ ସ୍ଵାଧୀନ ଭାରତ ରେ ବସବାସ କରୁଛନ୍ତି ଆଉ ନିଜର ସ୍ୱାଧୀନତା, ସ୍ୱତନ୍ତ୍ରତା କୁ ଉପଭୋଗ କରୁଛନ୍ତି। ମାତ୍ର ଯଦି ଆମେ ଆମ ଇତିହାସ କୁ ଫେରିଯିବା ତେବେ ଏହି ସ୍ୱାଧୀନତା ପାଇଁ ଲକ୍ଷ ଲକ୍ଷ ସ୍ୱାଧୀନତା ସଂଗ୍ରାମୀ ତାଙ୍କର ଜୀବନ ତ୍ୟାଗ କରିଛନ୍ତି, ନିଜ ରକ୍ତ ଦେଇ ଆମକୁ ସ୍ଵାଧୀନତା ଆଣି ଦେଇଛନ୍ତି।

ଆଉ ସେହି ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ମଧ୍ୟରେ ଜଣେ ଥିଲେ ନିରା ଆର୍ୟ୍ଯ ଯାହାଙ୍କ ଜୀବନୀ ବିଷୟ ରେ ଜାଣିଲେ ଆପଣ ଙ୍କ ଆଖି ରୁ ଲୁହ ଝରି ଆସିବ। ତେବେ ଏହି ସ୍ଵାଧିନତା ସଂଗ୍ରାମୀ ନିରା ଙ୍କ ବିଷୟ ରେ ଆମେ ଆପଣ ଙ୍କୁ ଜଣେଇବା କୁ ଯାଉଛୁ।

ତେବେ ନିରା ଆର୍ୟ୍ଯ କଲିକତା ରେ ଜନ୍ମ ଗ୍ରହଣ କରିଥିଲେ ଆଉ ତାଙ୍କର ବାପା ବ୍ରିଟିଶ ସରକାର ଙ୍କ ପାଖରେ କାର୍ଯ୍ୟ କରୁଥିଲେ। ବାପା ଚାକିରୀ କରିଥିବା କାରଣ ରୁ ନିରା ଙ୍କ ପାଠ ପଢା ସବୁ ଠିକ ଠାକ ରେ ହୋଇ ଯାଇଥିଲା ମାତ୍ର ତାଙ୍କ ମନରେ ଭାରତ ମା ପ୍ରତି ଥିଲା ଅନେକ ଶ୍ରଦ୍ଧା ଏବଂ ତ୍ୟାଗ ର ମନଭାବ। ତାଙ୍କର ବାପା ବ୍ରିଟିଶ ସରକାର ଙ୍କ ପାଖରେ କାମ କରୁଥିଲେ ମାତ୍ର ସେହି ବ୍ରିଟିଶ ଙ୍କ ବିରୋଧ ରେ ଘୃଣା ମନ ଭାବ ଥିଲା ନିରା ଙ୍କ ମନରେ ଆଉ ଦେଶ ପାଇଁ କିଛି କରିବାର ସ୍ୱପ୍ନ ତାଙ୍କ ଆଖିରେ ଥିଲା।

ତେବେ କିନ୍ତୁ ଏହି ମଧ୍ୟରେ ନିରା ଙ୍କ ର ବିବାହ ଜଣେ ଇଂରେଜ ଅଫିସର ଶ୍ରୀକାନ୍ତ ଙ୍କ ସହ ହୋଇଗଲା। ଆଉ ସେହି ସମୟ ରେ ନେତାଜୀ ସୁଭାଷ ବୋଷ ଫୋରୱାଡ଼ ବ୍ଲକ ନିର୍ମାଣ କରି ଇଂରେଜ ଙ୍କ ବିରୋଧ ରେ କାର୍ଯ୍ୟ କରିବା ଆରମ୍ଭ କରିଦେଇଥିଲେ। ଆଉ ନିରା ଙ୍କ ସ୍ୱାମୀ ଙ୍କୁ ନେତାଜୀ ଙ୍କୁ ହତ୍ୟା କରିବା କୁ ଇଂରେଜ ମାନେ ଦାୟିତ୍ୱ ଦେଇଥିଲେ ଯାହାକୁ ଜାଣିବା ପରେ ନିରା ନେତାଜୀ ଙ୍କୁ ବଞ୍ଚାଇବା କୁ ଯାଇ ନିଜ ସ୍ୱାମୀ ଙ୍କୁ ଛୁରୀ ଭୁସେଇ ହତ୍ୟା କରିଥିଲେ। ତେବେ ନିଜ ସ୍ୱାମୀ ଙ୍କୁ ହତ୍ୟା କରିବା ଅଭିଯୋଗରେ ନିରା ଙ୍କୁ କଳାପାଣି ଜେଲ କୁ ପଠାଯାଇଥିଲା।

ତେବେ ସେ କଳାପାଣି ଜେଲ ରେ ଥିବା ସମୟ ରେ ତାଙ୍କୁ ସହିବାକୁ ପଡିଥିଲା ଇଂରେଜ ଙ୍କ ର ଅକଥନୀୟ ଅତ୍ୟାଚାର। ଏପରି କି ଇଂରେଜ ଙ୍କ ଦୂତ ମାନେ ଜେଲ ମଧ୍ୟରେ ନିରା ଙ୍କ ର ଡ଼ାହାଣ ସ୍ତନ କୁ ଅତ୍ୟନ୍ତ କଷ୍ଟ ଓ ଯନ୍ତ୍ରଣା ଦେଇ କାଟି ଦେଇଥିଲେ। ଧାର ନଥିବା କଇଁଚି ରେ ନିରା ଙ୍କ ଡାହାଣ ସ୍ତନ କୁ କାଟି ଦେଇଥିଲେ ଇଂରେଜ ମାନେ। ମାତ୍ର ସବୁକିଛି ସେ ଦେଶ ପାଇଁ ସହି ଯାଇଥିଲେ ଏବଂ ପରେ ଜେଲ ରୁ ଫେରି ସେ କଲକତା ରେ ରହୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଏହି ଘଟଣା ବିଷୟ ରେ ସେ ନିଜ ଅଟୋବାୟଗ୍ରାଫି ରେ ଲେଖିଥିଲେ ଯାହାକୁ ନେଇ ବର୍ତ୍ତମାନ ଖୁବ ଚର୍ଚ୍ଚା ଚାଲିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।