ବର୍ତ୍ତମାନ ର ଏହି ସମାଜର ମାନବିକତା କୁଆଡେ ଉଭେଇ ଗଲାଣି ଆଉ ବର୍ତ୍ତମାନ କେବଳ ଦେଖାଯାଉଛି , ଅମାନବୀକତା , ଆସଭ୍ୟତା ର କରାଳ ଦୃଶ୍ୟ।ତେବେ ବନ୍ଧୁଗଣ ଆମେ ଅନେକ ସମୟରେ ଆପଣଙ୍କୁ ଭିନ୍ନ ଭିନ୍ନ କ୍ରାଇମ , ଗୁଣ୍ଡାଗ୍ରଦି , ଅନ୍ୟାୟ ଅତ୍ୟାଚାର , ଚୋରି , ଆଶୀଳତା ଦେଖିବା କୁ ମିଳିଛି।ତେବେ ଲୋକମାନେ ବି ଏହିପରି ହୋଇଗଲେଣି କି ଟିକେ ଟିକେ କଥାରେ ହତ୍ୟା , ହିଂସାକାଣ୍ଡ ଦେଖିବାକୁ ମିଳୁଛି ଯାହାକି ଅତ୍ୟନ୍ତ ନିନ୍ଦନୀୟ ଘଟଣା ଅଟେ। ତେବେ ଆମେ ମଧ୍ୟ ଆପଣ ଙ୍କୁ ଏହିପରି ଏକ ଘଟଣା ଟି ବିଷୟ ରେ ଜଣେଇବା କୁ ଯାଉଛୁ ଯାହା ଜାଣିବା ପରେ ଆପଣ ଙ୍କ ର ମୁଣ୍ଡ ବୁଲେଇ ଦେବ।
ତେବେ ଘଟଣା ଟି ହେଉଛି ମୟୁରଭଞ୍ଜ ଜିଲ୍ଲା ର ଯେଉଁ ଠାରେ ଜଣେ ନବଜାତ ମୃତ ଶିଶୁ ର ଛାତି ଚିରିବା ପାଇଁ ତଥା ନବଜାତ ମୃତ ଶିଶୁ ର ଶବ ବ୍ୟବଚ୍ଛେଦ ପାଇଁ ହତଭାଗା ବାପା ମା ଙ୍କ ଠାରୁ ଟଙ୍କା ମାଗୁଛନ୍ତି ହସ୍ପିଟାଲ ର କର୍ମଚାରୀ। ଆଉ ଟଙ୍କା ନଦେଲେ ଶବ ବ୍ୟବଚ୍ଛେଦ ରିପୋର୍ଟ ଦେବେ ନାହିଁ ବୋଲି କହିଛନ୍ତି। ଆଉ ଶହେ କି ଦୁଇ ଶହ ନୁହେଁ ପୁରା ୮୦୦ ଟଙ୍କା ଦାବି କରୁଛନ୍ତି ଏହି କର୍ମଚାରୀ। ଏହା ଠାରୁ ନିନ୍ଦନୀୟ କଥା ଆଉ କିଛି ବି ହୋଇ ନପାରେ।ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ଟି ବିଷୟ ରେ।
ତେବେ ସମ୍ପୂର୍ଣ୍ଣ ଘଟଣା ଟି କିଛି ଏହିପରି ଥିଲା କି, ମୟୁରଭଞ୍ଜ ଜିଲ୍ଲା ର ହସ୍ପିଟାଲ ରେ ଦୁଇ ଦିନ ତଳେ ଜଣେ ମହିଳା ଏକ ଶିଶୁ ଜନ୍ମ ଦେଇଥିଲେ ଯାହାର ମୃତ୍ୟୁ ହୋଇଯାଇଥିଲା। ତେବେ କିନ୍ତୁ ଏନେଇ ପୋଲିସ ବାବୁ ସେହି ଦମ୍ପତି ଙ୍କୁ କହିଥିଲେ କି ପିଲା ର ଶବ ବ୍ୟବଚ୍ଛେଦ ରିପୋର୍ଟ ଆଣିବା ପରେ ଯାଇ ତାଙ୍କୁ ଛାଡିବେ ବୋଲି। ତେବେ ପିଲା ର ମୃତ୍ୟୁ ର ଦୁଃଖ କୁ ଛାତିରେ ମାଡି ଧରି ବାପା ମା ପିଲା ର ଛାତି ଫାଡ଼ିବା ପାଇଁ ଆସିଥିଲେ।ମାତ୍ର ଯେତେବେଳେ ସେମାନେ ଆସି ଶବ ବ୍ୟବଚ୍ଛେଦ ରୁମ ରେ ପହଁଚିଲେ ସେତେବେଳେ ତାଙ୍କ ସହ ଯାହା ଘଟିଲା ତାହା ଅତ୍ୟନ୍ତ ଲଜ୍ୟାକର ଥିଲା।
ତେବେ ଶବ ବ୍ୟବଚ୍ଛେଦ ରୁମ ରେ ଥିବା କର୍ମଚାରୀ ଜଣଙ୍କ ବାପା ମା ଙ୍କୁ କହିଥିଲେ କି ମୃତ ପିଲା ର ଶବ ବ୍ୟବଚ୍ଛେଦ ପାଇଁ ତାଙ୍କୁ ଟଙ୍କା ମାଗିଥିଲେ ଆଉ କହିଥିଲେ କି ମୃତ ପିଲା ର ଶବ ବ୍ୟବଚ୍ଛେଦ ର ରିପୋର୍ଟ ପାଇଁ ତାଙ୍କୁ ୮୦୦ ଟଙ୍କା ଦେବା କୁ ।ମାତ୍ର ପରିବାର ଲୋକେ ଏହା ପାଇଁ ମନା କରିଥିଲେ ହେଲେ ସେହି କର୍ମଚାରୀ ଜଣଙ୍କ କହିଥିଲେ କି ଟଙ୍କା ନଦେଲେ ସେ ରିପୋର୍ଟ ଦେବେ ନାହିଁ ବୋଲି। ତେବେ ଏହି ଘଟଣା ର କେହି ଜଣେ ଭିଡ଼ିଓ ବନାଇ ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ ଯାହାକି ନିଆଁ ଭଳି ଭାଇରାଲ ହେଉଛି ଏବଂ ଏହାକୁ ଖୁବ ନିନ୍ଦା କରିଛନ୍ତି ସମସ୍ତେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।