ଭାବ ବିନୋଦିଆ ସେ କଳା ଠାକୁର, ଭକ୍ତ ପ୍ରେମରେ ପାଗଳ ସେହି କାଳିଆ ଠାକୁର ,ତାଙ୍କର ଲୀଳା ଅପାର ସେ ଅନନ୍ତ ସାଧାରଣ ମଣିଷ ଟିଏ କିପରି ବା ବୁଝିବ ତାଙ୍କର ଏହି ଲୀଳା କୁ। କେତେ ବେଳେ ସେ ସାଗ ପଖାଳ ରେ ତ, କେତେ ବେଳେ ଭକ୍ତ ର ନଡ଼ିଆ ରେ ,କେତେବେଳେ ସେ କଛା କୁଡ଼ିଆ ରେ ତ କେତେ ଭକ୍ତ ଙ୍କର ବିଶ୍ୱାସ ରେ। ବନ୍ଧୁଗଣ କୁହାଯାଏ ଭକ୍ତି ଓ ବିଶ୍ୱାସ ରେ ଭଗବାନ ରହିଥାନ୍ତି। ଆଉ କେତେବେଳେ ଯେଉଁ ରୂପ ରେ ସେ ତାଙ୍କ ଭକ୍ତ ଙ୍କୁ ଦର୍ଶନ ଦିଅନ୍ତି ତାହା କେବଳ ପ୍ରଭୁ ଜଗନ୍ନାଥ ଙ୍କୁ ହିଁ ଜଣାଥାଏ।
ତେବେ ବନ୍ଧୁଗଣ ବର୍ତ୍ତମାନ ଏହିଭଳି ଚମତ୍କାର ଘଟଣା ହୋଇଛି ପୁରୀ ର
ବଡ଼ ସେବାୟତ ଙ୍କ ସହ। ନିଜ ସେବାୟତ ଙ୍କୁ ଦର୍ଶନ ଦେଇଛନ୍ତି ପ୍ରଭୁ ବିଭୀଷଣ , ତାଙ୍କ ସ୍ବପ୍ନ ରେ ଆସି ପରେ ସତ୍ୟରେ ଦର୍ଶନ ଦେଇଛନ୍ତି ମହାପ୍ରଭୁ। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ଟି ବିଷୟ ରେ। ତେବେ ସୂଚନା ଅନୁସାରେ ଶ୍ରୀକ୍ଷେତ୍ର ରେ ବଡ଼ ସେବାୟତ ଭଗବାନ ଶ୍ରୀ ଜଗନ୍ନାଥ ଙ୍କୁ ପୁରା ଭକ୍ତି ଓ ନିଷ୍ଠା ର ସହ ସେବା କରିଥାନ୍ତି ଆଉ ତାଙ୍କର କେବଳ ଗୋଟିଏ ଆଶା ଥାଏ କି ଥରେ ସେ ଭଗବାନ ଙ୍କୁ ଦର୍ଶନ କରିବେ ବୋଲି।
ତେବେ ଭଗବାନ ତ ଅଂର୍ଯ୍ୟାମୀ ହୋଇଥାନ୍ତି ତାଙ୍କୁ ବା କଣ ଅଜଣା। ତେବେ ଏକତା ରାତ୍ରି ରେ ଶୋଇଥିବା ବେଳେ ସେବାୟତ ଙ୍କ ସ୍ୱପ୍ନ ରେ ଦର୍ଶନ ଦେଲେ ପ୍ରଭୁ ଜଗନ୍ନାଥ ଆଉ କହିଲେ ତୋର ଇଚ୍ଛା ପୂରଣ ହେବ ଏବଂ ତୋତେ ପ୍ରଭୁ ବିଭୀଷଣ ଯିଏକି ପ୍ରତ୍ୟେକ ବର୍ଷ ରଥ ଯାତ୍ରା ରେ ଆସିଥାନ୍ତି ତାଙ୍କର ଦର୍ଶନ ମିଳିବ। ମାତ୍ର ଏହା ପାଇଁ କାଲି ସକାଳୁ ତତେ ମନ୍ଦିର ଦ୍ୱାରରେ ବେତ ଧରି ବସିବା କୁ ଆଉ ସମସ୍ତ ଙ୍କୁ ବେତ ଦେଇ ମନ୍ଦିର ଭିତର କୁ ଯିବାକୁ ଦେବାକୁ। ତେବେ ଭଗବାନ ଙ୍କୁ ସ୍ୱପ୍ନ ରେ ଦେଖିବା ପରେ ସେବାୟତ ଙ୍କ ଆଖି ଛଳ ଛଳ ହୋଇଗଲା।
ତେବେ କିନ୍ତୁ ଭଗବାନ ଙ୍କ କଥା ଅନୁସାରେ ସେବାୟତ ସକାଳେ ବେତ ଧରି ମନ୍ଦିର ଦ୍ୱାର ରେ ବେଶିଲେ ଏବଂ ଜଣେ ବ୍ୟକ୍ତି ସାଧୁ ବେଶ ରେ ଆସିଲେ ଏବଂ କହିଲେ କି ବେତ ଉଠାଉ ମୁଁ ଯିବି। ମାତ୍ର ସେବାୟତ ଜଣଙ୍କ ତାଙ୍କୁ ରାତିର ସବୁ କଥା କହିଲେ ମାତ୍ର ଏହା ପରେ ମଧ୍ୟ ସେ କହିଲେ ବେତ ଉଠାଇବା କହିଲେ। ଆଉ ଶେଷ ରେ ସେବାୟତ ଜଣଙ୍କ ବେତ ଉଠାଇ ଦେଲେ କିନ୍ତୁ ତାକୁ ଲାଗିଲା କି ସେ ଜଣେ ସାଧାରଣ ବ୍ୟକ୍ତି ନୁହଁନ୍ତି ବରଂ ସେ ଅନ୍ୟ ଜଣେ ଆଲୌକିକ ବ୍ୟକ୍ତି ବୋଲି। ତେବେ ସେ ସାଧୁ ଫେରିବା ପରେ ସେବାୟତ ଜଣଙ୍କ ତାଙ୍କୁ ପିଛା କଲେ ଆଉ ଯାଇ ସମୁଦ୍ର କୂଳରେ ପହଁଚିଲେ।
ଆଉ ସେବାୟତ ତାଙ୍କୁ ପଚାରିଲେ କି ତୁମର ପ୍ରକୃତ ରୂପ ର ଦର୍ଶନ ଦିଅନ୍ତୁ ବୋଲି। ତେବେ ଏହା ପରେ ସାଧୁ ଜଣଙ୍କ ତାଙ୍କୁ ପ୍ରକୃତ ଦର୍ଶନ ଦେଲେ ଏବଂ ସେବାୟତ ଜଣଙ୍କ ପ୍ରଭୁ ବିଭୀଷଣ ଦର୍ଶନ କଲେ ଆଉ ଭଗବାନ ତାଙ୍କୁ ହାତର ଏକ ଚୁଡ଼ି ଦେଲେ।ଆଉ ପରେ କୁଆଡେ ଗାଏବ ହୋଇଗଲେ , ତେବେ ଏବେ ବି ସେହି ଚୁଡ଼ି ମନ୍ଦିର ର ସେବାୟତ ଙ୍କ ପାଖରେ ରହିଛି ବୋଲି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।