ବନ୍ଧୁଗଣ ମୃତ୍ୟୁ ଏହିପରି ଏକ ସତ୍ୟ ଯାହା କିଛି ବି ଦେଖେ ନାହଁ ଆଉ ଜଣେ ବ୍ୟକ୍ତି ଙ୍କୁ ସବୁଦିନ ପାଇଁ ଏ ଦୁନିଆଁ ରୁ ଅନ୍ୟ ଦୁନିଆଁ କୁ ନେଇଯାଏ ଯିଏ କେବେ ବି ଫେରେ ନାହିଁ। ତେବେ ଠିକ ସେହିପରି ଅନେକ ସ୍ୱପ୍ନ ଦେଖିଥିଲେ ପିଣ୍ଟୁ ତାଙ୍କର ପରିବାର କୁ ନେଇ। ମାତ୍ର ଭାଗ୍ୟ ର ଖେଳ ଦେଖନ୍ତୁ ନିଜେ ସେହି ପରିବାର କୁ ଛାଡି ଆରପାରି କୁ ଚାଲିଗଲେ। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ପିଣ୍ଟୁ ଓ ତାଙ୍କର ସ୍ତ୍ରୀ ଶିଳ୍ପା ଙ୍କ ର ଏକ ଅଡିଓ କଲ ଭାଇରାଲ ହେଉଛି ଯାହାକୁ ଶୁଣିଲେ ଆପଣ ଙ୍କ ଆଖିରେ ଲୁହ ଆସିଯିବ। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ସୂଚନା ବିଷୟ ରେ।
ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି , ଗତ ଦୁଇ ତାରିଖ ରାତି ରେ ଓଲିଉଡ ର ବରିଷ୍ଠ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ର ହାଇଦ୍ରାବାଦ ରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି। ତେବେ ଦୀର୍ଘଦିନ ଧରି ସେ ଲିଭର ସିରୋସିସ୍ ରୋଗ ରେ ଆକ୍ରାନ୍ତ ଥିଲେ। ତେବେ ତାଙ୍କର ଚିକିତ୍ସା ପାଇଁ ଟଙ୍କା ବାଧକ ସାଯିବା ବେଳେ ସବୁ କଳାକାର ତଥା ଲୋକେ ତାଙ୍କୁ ସାହାଯ୍ୟ କରିଥିଲେ ଏବଂ ସେ ଚିକିତ୍ସା ପାଇଁ ଦିଲ୍ଲୀ ରେ ପହଁଚି ଥିଲେ ଆଉ ପରେ ହାଇଦ୍ରାବାଦ ରେ। ମାତ୍ର ସବୁ ଚେଷ୍ଟା ପ୍ରଚେଷ୍ଟା ପରେ ମଧ୍ୟ ଜୀବନ ଯୁଦ୍ଧ ରେ ହାରିଗଲେ ଅଭିନେତା ପିଣ୍ଟୁ ନନ୍ଦ ଏବଂ ଚାଲିଗଲେ ଅଫେରା ରାଇଜ କୁ।
ତେବେ ବନ୍ଧୁଗଣ ଆମ ପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ମୃତ୍ୟୁ ରେ ବର୍ତ୍ତମାନ ପୁରା ସିନେମା ଜଗତ ଭାଙ୍ଗି ପଡିଛି। ତେବେ ତାଙ୍କର ମୃତ୍ୟୁ ରେ ଖୁବ ମର୍ମାହତ ହୋଇଛନ୍ତି ତାଙ୍କର ପରିବାର ଖାସ କରି ତାଙ୍କର ସ୍ତ୍ରୀ ଆଉ ଦୁଇ ପୁଅ।ତେବେ ବର୍ତ୍ତମାନ ଅଭିନେତା ପିଣ୍ଟୁ ନନ୍ଦ ଏବଂ ତାଙ୍କର ପତ୍ନୀ ଙ୍କ ର ଶେଷ ବାର୍ତାଳ୍ପ ର ଅଡ଼ିଓ ଟି ସୋସିଆଲ ମିଡିଆ ରେ ଭାଇରାଲ ହେବା ରେ ଲାଗିଛି ଯାହାକୁ ଶୁଣିଲେ ଆପଣ ମଧ୍ୟ କାନ୍ଦି ପକେଇବେ। ତେବେ ଆସନ୍ତୁ ଜାଣିବା ଏହି ଭାଇରାଲ ଭିଡ଼ିଓ ଟି ବିଷୟ ରେ।
ତେବେ ବନ୍ଧୁଗଣ ଏହି ଅଡିଓ ରେ ଯାହା ଦେଖା ହୋଇଛି କି, ପିଣ୍ଟୁ ଓ ତାଙ୍କର ସ୍ତ୍ରୀ ଶିଳ୍ପା ତାଙ୍କର ପୁଅ ର ପାଠ ପଢା ବିଷୟ ରେ କଥା ହୋଇଥିଲେ। ପିଣ୍ଟୁ ଙ୍କ ର ଇଚ୍ଛା ଥିଲା କି, ସେ ନିଜ ପୁଅ କୁ ଭାରତ ରେ ନୁହେଁ ବରଂ ଭାରତ ବାହାରେ ପଢେଇବେ ଯାହା ଫଳରେ ସେ ଖୁବ ଶୀଘ୍ର ସେଟେଲ ହୋଇ ଭଲ ଆୟ କରି ପାରିବ ଆଉ ଭଲ ରେ ରହିବ ବୋଲି। ତେବେ ଏହିପରି ସବୁ କଥା ହୋଇଥିଲେ ସ୍ୱାମୀ ସ୍ତ୍ରୀ, କିନ୍ତୁ ତାଙ୍କର ସବୁ ଇଚ୍ଛା ଆଜି ଇଚ୍ଛା ରେ ରହିଗଲା ଆଉ ସେ ସମସ୍ତ ଙ୍କୁ ଛାଡି ବହୁତ ଦୂରକୁ ଚାଲିଗଲେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।