ବନ୍ଧୁମାନେ ଆମ ଭାରତ ବର୍ଷରେ ଅନେକ ଦେବାଦେବୀ ପୀଠ ରହିଛି ଆଉ ସେହି ପୀଠ ଗୁଡିକରେ ପୂଜା ପାଉଥିବା ଦେବାଦେବୀ ମାନଙ୍କର ବିଶେଷ କୃପା ପାଇଁ ଆଜି ସେହି ପୀଠ ଗୁଡିକର ଅନେକ ମାହାତ୍ମ୍ୟ ରହିଛି ।ତେବେ ଆଜି ଆମେ ଛତିଶଗଡ଼ ରେ ଥିବା ମାଆ ଚନ୍ଦ୍ରହାସିନୀ ଙ୍କର ମନ୍ଦିର ଓ ସେହି ଦେବୀ ଙ୍କର ଆବିର୍ଭାବ ବିଷୟରେ ଜାଣିବା ।
ତେବେ ଛତିଶଗଡ଼ ରାଜ୍ୟରେ ଯାଜଙ୍ଗୀର ଓ ଚମ୍ପା ଜିଲ୍ଲାର ଡ଼ଙ୍ଗରା ତହସିଲ ନିକଟରେ ଥିବା ମାଣ୍ଡ ଓ ମହାନଦୀ ର ସଙ୍ଗମ ସ୍ଥାନରେ ଏହିଛି ଚନ୍ଦ୍ରପୁର ଚନ୍ଦ୍ରହାସିନୀ ମନ୍ଦିର ।ତେବେ ଏହି ମନ୍ଦିରରେ ପୂଜା ପାଉଛନ୍ତି ମାଆ ଚନ୍ଦ୍ରହାସିନୀ, ତେବେ ମାଆ ଦୂର୍ଗା ଙ୍କର 52 ଟି ସିଦ୍ଧ ପୀଠ ମଧ୍ୟରୁ ଏହା ଗୋଟିଏ ।
ତେବେ କିମ୍ବଦନ୍ତୀ କହେ କି ଥରେ ସମ୍ବଲପୁର ର ରାଜା ଚନ୍ଦ୍ର ହାସ ଚନ୍ଦ୍ରପୁର ଭିତରେ ଦେଇ ଯାତ୍ରା କରୁଥିଲେ ।ଯେତେବେଳେ ରାଜା ମାଣ୍ଡ ଓ ମହାନଦୀ ନିକଟ ଦେଇ ଗତି କରୁଥିଲେ ସେତେବେଳେ ମାଆ ଚନ୍ଦ୍ରହାସିନୀ ସେଠାରେ ବିଶ୍ରାମ କରୁଥିଲେ ଆଉ ରାଜାଙ୍କ ରଥ ଗଲାବେଳେ ମାଆ ଙ୍କ ପାଦରେ ବାଜିଗଲା ।ତେବେ ଏହାକୁ ନେଇ ମାଆ କିଛି କହିଲେ ନାହିଁ ରାଜା ଙ୍କୁ କିନ୍ତୁ କିଛିଦିନ ପରେ ରାଜା ଶୋଇଥିବା ବେଳେ ତାଙ୍କ ସ୍ୱପ୍ନରେ ମାଆ ଚନ୍ଦ୍ରହାସିନୀ ଆସିଲେ ।ଆଉ ସେ ରାଜାଙ୍କୁ ଚନ୍ଦ୍ରପୁର ରେ ତାଙ୍କର ଏକ ଭବ୍ୟ ମନ୍ଦିର ନିର୍ମାଣ କରି ସେଠାରେ ତାଙ୍କୁ ପ୍ରତିଷ୍ଠା କରିବାକୁ ନିର୍ଦ୍ଦେଶ ଦେଲେ ।
ଏମିତି ଏକ ସ୍ୱପ୍ନ ପରେ ରାଜା ନିଦରୁ ଉଠିଗଲେ ଆଉ ପର ଦିନ ଜମିଦାର ଙ୍କୁ ଡାକି ତାଙ୍କୁ ଅର୍ଥ ଦେଇ ସେଠାରେ ଏକ ମନ୍ଦିର ତିଆରି ପାଇଁ ନିର୍ଦ୍ଦେଶ ଦେଲେ ।ଆଉ ମନ୍ଦିର ତିଆରି ହେଲା ଓ ସେଠାରେ ମାଆ ଚନ୍ଦ୍ରହାସିନୀ ଙ୍କର ପ୍ରତିଷ୍ଠା ବି ହେଲା ।ତେବେ ଏ ତ ଥିଲା ମନ୍ଦିର ତିଆରି ର କାହାଣୀ କିନ୍ତୁ ମାଆ ଙ୍କର ଅନେକ ମାହାତ୍ମ୍ୟ ବି ରହିଛି ।କୁହାଯାଏ କି ଥରେ ଜଣେ ବାପା ନିଜର ନବଜାତ ଶିଶୁ କୁ ନେଇ ମହାନଦୀ ରେ ଫିଙ୍ଗିଦେଲେ ।ଆଉ ଏହି ଘଟଣା କୁ ଦେଖି ମାଆ ଚନ୍ଦ୍ରହାସିନୀ ସହି ପାରିଲେ ନାହିଁ ତେଣୁ ସେ ସେହି ପିଲାଟିକୁ ପାଣି ଭିତରୁ ଉଦ୍ଧାର କରିନେଲେ ।
ତାପର ଠାରୁ ମାଆ ସେହି ପିଲାଟିର ଲାଳନ ପାଳନ କରିଥିଲେ, ତେବେ କୁହାଯାଏ କି ଆଜି ବି ସେହି ପିଲା ମାଆ ଙ୍କର ସେବା କାର୍ଯ୍ୟରେ ନିୟୋଜିତ ରହିଛି ।ତେବେ ଏମିତି ଆହୁରି ଅନେକ କାହାଣୀ ରହିଛି ମାଆ ଙ୍କର, ତେଣୁ ପ୍ରତିଦିନ ସହ ସହ ଭକ୍ତ ମାଆ ଚନ୍ଦ୍ରହାସିନୀ ଙ୍କ ମନ୍ଦିର କୁ ଯାଇଥାନ୍ତି ।ତେବେ ଏମିତି ଅନେକ ମନ୍ଦିର ରହିଛି ଯେଉଁ ମନ୍ଦିରକୁ ନେଇ ଅନେକ କାହାଣୀ ରହିଛି ଯାହାକୁ ଶୁଣିଲେ ସବୁକିଛି ଚମତ୍କାର ପରି ମନେ ହୁଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।