ପତଳା ରୁ କେମିତି ମୋଟା ହେବେ ଘରୋଇ ଉପଚାର 100% ଗ୍ୟାରେଣ୍ଟି…

ବନ୍ଧୁମାନେ ଆମ ସମସ୍ତ ମଣିଷଙ୍କର ଶାରୀରିକ ଗଠନ ସମାନ କିନ୍ତୁ କାହା ଶରୀର ଅଧିକ ମୋଟା ବା ମେଦ ବହୁଳ ଯୁକ୍ତ ହେଇଥିବା ବେଳେ କାହା ଶରୀର ଖୁବ ପତଳା ହେଇଥାଏ ।ତେବେ ବର୍ତ୍ତମାନ ସମୟରେ ସମସ୍ତେ ନିଜ ଶରୀର ପାଇଁ ଅନେକ ଅର୍ଥ ବ୍ୟୟ କରୁଛନ୍ତି ସେ ମୋଟା ହେବା ପାଇଁ ହେଉ ବା ପତଳା ହେବା ପାଇଁ ।ତେବେ ମୋଟା ରୁ ପତଳା ହେବା ପାଇଁ ବହୁତ ଉପାୟ ରହିଛି କିନ୍ତୁ ଯେଉଁମାନେ ପତଳା ଅଛନ୍ତି ସେମାନେ କେମିତି ମୋଟା ହେବେ ଏହା ବର୍ତ୍ତମାନ ଚିନ୍ତାର ବିଷୟ ।

ଯେତେବେଳେ କେହି ବ୍ୟକ୍ତି ଅଧିକ ପତଳା ହେଇଥାଏ ସେତେବେଳେ ତାଙ୍କୁ କୋଣସୀ ପୋଷାକ ଠିକରେ ମାନି ନଥାଏ ।ଶରୀର ଫ୍ଲାଟ ଦେଖା ଯାଏ ବହୁତ ସମୟରେ ବ୍ୟକ୍ତି ଭିତରେ ଅଧିକ ଶକ୍ତି ବି ନଥାଏ ।ତେବେ ଏହି ସବୁ ବ୍ୟକ୍ତି ମାନଙ୍କ ଶରୀରର ଉନ୍ନତି ବା ମୋଟା ହେବା ପାଇଁ ଆମେ ଦୁଇଟି ସହଜ ଘରୋଇ ଉପାୟ କହିବୁ ଯାହା ଆପଣଂକୁ ଗୋଟିଏ ମାସ ଭିତରେ ମୋଟା କରିଦେବ ।

ପ୍ରଥମ ଘରୋଇ ଉପାୟ:-

ଆବଶ୍ୟକ ସାମଗ୍ରୀ:-
-ଗୋଟିଏ ଗ୍ଲାସ କ୍ଷୀର
-ଦୁଇଟି ପାଚିଲା କଦଳୀ
-ଅଳ୍ପ ଗୁଜୁରାତି ଗୁଣ୍ଡ
-ଅଳ୍ପ ଦେଶୀ ଘିଅ

ରିମେଡି ପ୍ରଣାଳୀ:-

 

-ଏହି ଘରୋଇ ରେମିଡ଼ି ପ୍ରସ୍ତୁତି କରିବା ପାଇଁ ଆପଣଂକୁ ପ୍ରଥମେ ଏକ ଗ୍ଲାସ କ୍ଷୀର ନେବାକୁ ପଡ଼ିବ ।ଆଉ ଦୁଇଟି କଦଳୀ, କିଛି ଗୁଜୁରାତି ଗୁଣ୍ଡ ଓ ଅଳ୍ପ ଦେଶୀ ଘିଅ ନିଅନ୍ତୁ ।ଏବେ ଏହି 4ଟି ଜିନିଷ କୁ ଭଲ ଭାବରେ ଗ୍ରାଣ୍ଡିଂ କରି ନିଅନ୍ତୁ ତାପରେ ଆପଣଙ୍କ ର ଏହି ରିମେଡି ତିଆରି ହେଇଯିବ ।
-ତେବେ ଯେଉଁମାନେ ଯିମ ଯାଉଛନ୍ତି ଓ ମୋଟା ହେବା ପାଇଁ ଚେଷ୍ଟା କରୁଛନ୍ତି ସେହି ବ୍ୟକ୍ତି ମାନେ ଯିମ ରୁ ଆସିଲା ପରେ ଏହାକୁ ପିଅନ୍ତୁ, ଦେଖିବେ ଆପଣଙ୍କ ଶରୀରରେ ଧୀରେ ଧୀରେ ଅନେକ ପରିବର୍ତ୍ତନ ଆସିବାକୁ ଲାଗିବ ।

ଦ୍ଵିତୀୟ ଘରୋଇ ଉପାୟ:-

ଆବଶ୍ୟକ ସାମଗ୍ରୀ:-
-ଗୋଟିଏ ଗ୍ଲାସ କ୍ଷୀର
-3ରୁ 4ଟି ଖଜୁରୀ
-ଅଳ୍ପ ଗୁଜୁରାତି ଗୁଣ୍ଡ
-ଅଳ୍ପ ଦେଶୀ ଘିଅ

ରିମେଡି ପ୍ରସ୍ତୁତି ପ୍ରଣାଳୀ:-

-ଏହି ରିମେଡି ପାଇଁ ଆପଣ ପ୍ରଥମେ 3ରୁ 4ଟି ଖଜୁରୀ କୁ ପାଣିରେ ଭିଜେଇ ରଖି ଦିଅନ୍ତୁ ।ତାପରେ ଏକ ଗ୍ଲାସ କ୍ଷୀର,ଅଳ୍ପ ଗୁଜୁରାତି ଗୁଣ୍ଡ,ଅଳ୍ପ ଦେଶୀ ଘିଅ ଆଉ ଭିଜେଇ ଥିବା ଖଜୁରୀ କୁ ଆଣି ସବୁ ମିଶାଇ ଗ୍ରାଣ୍ଡିଂ କରି ନିଅନ୍ତୁ ।ତାପରେ ଏହି ରିମେଡି ପ୍ରସ୍ତୁତ ହେଇଯିବ ।
-ତେବେ ରାତିରେ ଶୋଇବା ଆଗରୁ ଏହି ପ୍ରସ୍ତୁତ କରିଥିବା ରିମେଡି କୁ ପିଅନ୍ତୁ, ଆଉ ଏମିତି ଏକ ମାସ ଯାଏ କରନ୍ତୁ ।ଦେଖିବେ ଆପଣଙ୍କ ଓଜନ ବଡିବା ସହିତ ଆପଣ ସୁନ୍ଦର ବି ଦେଖାଯିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।