ଦେଖନ୍ତୁ ଭିଡ଼ିଓ : ବାହା ବେଦୀରେ ଚାଲିଗଲା କନ୍ୟାର ଜୀବନ, ଆଉ ତା’ପରେ….

ବନ୍ଧୁମାନେ ବାହାଘର ଏକ ଖୁସିର ମାହଲ ସୃଷ୍ଟି କରିଥାଏ ଦୁଇ ପରିଅବର ଭିତରେ ।ଘରେ ବନ୍ଧୁବର୍ଗ ଭିତରେ କେତେ ଧୁମଧାମରେ ନୂଆ ଯୋଡି ଵିଵାହ ବନ୍ଧନରେ ବାନ୍ଧି ହେଇ ଥାଆନ୍ତି ।ହେଲେ କେହି ଚିନ୍ତା କରି ନଥିବେ ଯେ ବାହା ବେଦୀରେ ସିନ୍ଦୁର ପିନ୍ଧିବା ପରେ ଆଖି ବୁଜି ଦେଉଛି କନିଆଁ ।ଆଉ ସେତିକି ନୁହେଁ ଶେଷରେ ଶାଳୀ କୁ ବାହା ହେଇ ଘରକୁ ଆସୁଛି ବର, ତେବେ ଦର୍ଶକ ବନ୍ଧୁ ଏମିତି ଏକ ଘଟଣା ର ଭିଡ଼ିଓ ଏବେ ସୋସିଆଲ ମେଡିଆରେ ଦେଖିବାକୁ ମିଳୁଛି ।ତେବେ ମୃତ୍ୟୁ ର ଏମିତି ଅଦ୍ଭୁତ ଖେଳ ଆପଣ କେବେ ଦେଖି ନଥିବେ କାହାର ମୃତ୍ୟୁ ଘଟିବ, ତେବେ ଆସନ୍ତୁ ପୁରା ଘଟଣା କଣ ଜାଣିବା ।

ଆପଣ ମାନେ ଜାଣିଛନ୍ତି ବାହାଘର ଏକ ପବିତ୍ର ବନ୍ଧନ, ଏହି ବନ୍ଧନରେ ଦୁଇଟି ଜୀବନ ସାରା ଜୀବନ ଏକାଠି ବାଟ ଚାଲିବା ପାଇଁ ସମାଜ ଆଗରେ ସାକ୍ଷୀ ନେଇ ଥାଆନ୍ତି ।ଆଉ ଏହି ଭିତରେ ସେହି ଦମ୍ପତି ନିଜ ନୂଆ ଜୀବନ ପାଇଁ କେତେ କଣ ସ୍ୱପ୍ନ ଦେଖି ଥାଆନ୍ତି ।ହେଲେ ଆଜିର ଏହି ବାହାଘର କୁ ଟିକିଏ ନଜର ପକାନ୍ତୁ, ଯେଉଁଠି ସବୁ ଖୁସିର ମାହଲ ଭିତରେ ବିରାଟ ଦୁଃଖ ମାଡି ଆସୁଛି ।ବାହାଘର ର ମାତ୍ର କେଇଟା ସମୟରେ ପରେ ହଠାତ କନିଆଁ ବେହସ ହେଇ ଯାଉଛି ଆଉ ତାପରେ ଯାହା ହେଉଛି ତାହା ତ କଳ୍ପନା ବାହାରେ ।

ଘଟଣା ହେଉଛି ଉତ୍ତରପ୍ରଦେଶ ମେ 25 ତାରିଖ ସମୟ ପାଖାପାଖି 7.30 ହେବ ସୁରଭି ଙ୍କ ସହ ମଁଯେସ ଙ୍କ ବିବାହ ଖୁବ ଧୁମଧାମରେ ଚାଲିଥିଲା ।ଘର ଭିତରେ ବନ୍ଧୁବର୍ଗ ଙ୍କର ହସ ଖୁସିର ମାହଲ ରେ ଘର ଫାଟି ପଡୁଥିଲା ଆଉ ଏପଟେ କନିଆଁ ମୁଣ୍ଡରେ ସିନ୍ଦୁର ବିଧି ବୀ ସମାପନ ହେଲା ।ହେଲେ ସେତିକି ବେଳେ ହଠାତ କନିଆଁ ବେହସ ହେଇଗଲା ଏହାଦେଖି ସମସ୍ତେ ଚିନ୍ତାରେ ପଡିଗଲେ ।ତେବେ ଝିଅର ଏମିତି ହଠାତ ଦେହ ଅସୁସ୍ଥ ହେବାରୁ ତାଙ୍କୁ ପରିବାର ଲୋକ ଜଳଦି ହସ୍ପିଟାଲ ନେଇଗଲେ ।କିନ୍ତୁ ତାପରେ ସବୁକିଛି ଦୁଃଖରେ ପାଲଟି ଗଲା କାରଣ ଡାକ୍ତର କନିଆ କୁ ମୃତ ବୋଲି ଜଣାଇଥିଲେ ।

ତେବେ ଜଣା ପଡିଥିଲା ହୃଦଘାତ କନିଆଁ ର ମୃତ୍ୟୁ ଘଟିଛି,ଅନ୍ୟପଟେ ଏହି ଦୁଃଖ ର ମାହଲ ଭିତରେ ବାହାଘର ଅଟକି ଯାଇଥିଲା ।ଶେଷରେ ଉଭୟ ପରିବାର ର ନିଷ୍ପତ୍ତି କ୍ରମେ କନିଆଁ ର ସାନ ଭଉଣୀ ସହିତ ବର ପୁଣି ବିବାହ କଲେ ।ତେବେ ଏମିତି ଏକ ବାହାଘର କୁ ନେଇ ସବୁଠି ଖୁବ ଚର୍ଚ୍ଚା ହେଉଥିବା ବେଳେ ଆଶ୍ଚର୍ଯ୍ୟ ବି ଲାଗୁଛି କି ସତରେ ମୃତ୍ୟୁ କେତେବେଳେ ବି ଆସିପାରେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।