ବନ୍ଧୁମାନେ ବିନା ଦାଗ ଆଉ ଚିହ୍ନ ଯୁକ୍ତ ସୁନ୍ଦର ମୁହଁ କିଏ ବା ଚାହାନ୍ତି, ତେବେ ଏହା ଆଜିର ସମୟରେ ଏକ ସ୍ୱପ୍ନ ପରି ଅଟେ ।କାରଣ ନାରୀ ହୁଅନ୍ତୁ ବା ପୁରୁଷ ସମସ୍ତଙ୍କ ମୁହଁରେ ବହୁତ ସମୟରେ କଳା ଦାଗ ଓ ବ୍ରଣ ଦେଖା ଯାଇଥାଏ ।ଆଉ ଏହା ଦ୍ଵାରା ସୁନ୍ଦର ମୁହଁ ଥିଲେ ବି ତାହା ଅସୁନ୍ଦର ଦେଖାଯାଏ, ତେବେ ଏମିତି ସବୁ ମୁହଁରେ ହେବା ବି ସ୍ୱାଭାବିକ ।କାରଣ ଆଜିର ବ୍ୟସ୍ତ ଜୀବନ ଭିତରେ ଆମେ କୌଣସି ପ୍ରକାରର ଠିକ ଖାଦ୍ୟ ଖାଉ ନାହୁଁ ଯାହା ଆମ ଶରୀର ପାଇଁ ହିତକାରୀ ।ଅଧିକାଂଶ ସମୟରେ ରାତି ଅନିଦ୍ରା, ପରିଶ୍ରମ ତୁଳନା ରେ ରେଷ୍ଟ ନନେବା ଆଉ ଚିନ୍ତା କରିବା ଏସବୁ ର ଖରାପ ପ୍ରଭାବ ଆମ ଚେହେରାରେ ଦେଖାଯାଏ ।
ତେବେ କିନ୍ତୁ ସମସ୍ତେ ନିଜ ମୁହଁ କୁ ସୁନ୍ଦର ଓ କଳା ଦାଗ ଓ ବ୍ରଣ ତୁ ମୁକ୍ତ କରିବା ପାଇଁ ବହୁତ ଚେଷ୍ଟା କରୁଛନ୍ତି ।ବିଭିନ୍ନ ପ୍ରକାରର ପ୍ରସାଦନ ସାମଗ୍ରୀ ର ବ୍ୟବହାର କରୁଛନ୍ତି ଯେଉଁଥିରେ ବହୁତ ଅର୍ଥ ଓ ସମୟ ବି ଯାଉଛି ।ତେବେ ଜାଣିଛନ୍ତି ଆପଣ ଚାହିଁଲେ ନିଜ ଘରେ କିଛବି ଘରୋଇ ସାମଗ୍ରୀକୁ ନେଇ ଏହି କଳା ଦାଗ ଓ ବ୍ରଣ ଦୂର କରିପାରିବେ ।ତେବେ କେମିତି ସେଥିପାଇଁ ଆଜିର ଆମର ଏହି ଘରୋଇ ଉପଚାର ବିଷୟରେ ଜାଣି ରଖନ୍ତୁ ଯାହା ଖୁବ ଉପକାରୀ ଅଟେ ।
ରିମେଡି ପାଇଁ ଆବଶ୍ୟକ ସାମଗ୍ରୀ:-
-ନିମ୍ବ ପତ୍ର
-ବେଶନ
-ଏଲୋଭେରା
-ଗୋଲାପ ଜଳ
ରିମେଡି ପ୍ରସ୍ତୁତି ପ୍ରଣାଳୀ:-
-ଏହି ଘରୋଇ ଡେମେଡି କୁ ପ୍ରସ୍ତୁତ କରିବା ପାଇଁ ଆପଣ ଆବଶ୍ୟକ ସାମଗ୍ରୀ ଗୁଡିକୁ ନେଇ ଆସନ୍ତୁ ।ତାପରେ ନିମ୍ବ ପତ୍ର କୁ ବାଟି ପ୍ଲେନ କରି ନିଅନ୍ତୁ, ଏବେ ଗୋଟିଏ ପାତ୍ରରେ 2 ଚାମଚ ନିମ୍ବ ପତ୍ର ପେଷ୍ଟ ,2 ଚାମୁଚ ବେଶନ, ଏକ ଚାମୁଚ ଏଲୋଭେରା ଜେଲ ଓ ଏକ ଚାମୁଚ ଗୋଲାପ ଜଳ ରଖନ୍ତୁ ।ତାପରେ ସେ ସବୁକୁ ଭଲ ଭାବରେ ଗୋଳାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ।
ରିମେଡି ର ବ୍ୟବହାର:-
-ତେବେ ପ୍ରସ୍ତୁତ କରିଥିବା ପେଷ୍ଟ କୁ ଫେସରେ ଲଗାଇବା ଆଗରୁ ଫେସ କୁ ଏକ ସୂତା କପଡ଼ା ଓଦା କରି ପୋଛି ଦିଅନ୍ତୁ ।ଏହା ପରେ ଧୀରେ ଧୀରେ କରି ପେଷ୍ଟ ପୁରା ଫେସରେ ଲଗାନ୍ତୁ ।ତାପରେ 10 ରୁ 15 ମିନିଟ ପର୍ଯ୍ୟନ୍ତ ଫେସକୁ ସେମିତି ଚଡି ଦିଅନ୍ତୁ ।ଦେଖିବେ 15 ମିନିଟ ପରେ ପେଷ୍ଟ ଗୁଡିକ ପୁରା ଶୁଖି ଯାଇଥିବ ଏବେ ଏକ ପୂର୍ବ ପରି ଏକ ଓଦା ସୂତା କପଡ଼ାରେ ପୋଛି ଦିଅନ୍ତୁ ।ଆଉ ଏମିତି ଦିନେ ଛାଡି ଦିନେ 15 ଦିନ କଲା ପରେ ଦେଖିବେ ଆପଣଙ୍କ ଫେସରେ କଣ ପରିବର୍ତ୍ତନ ଆସିଥିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।