ବନ୍ଧୁମାନେ ପ୍ରତ୍ୟେକ ନାରୀ ନିଜ କେଶକୁ ଖୁବ ଜତ୍ନଶୀଳ ଅଟନ୍ତି,ତେବେ ସୁନ୍ଦର କେଶ ନାରୀ ସୌନ୍ଦର୍ଯ୍ୟ କୁ ଦ୍ୱିଗୁଣିତ କରିଥାଏ ।ତେବେ ବର୍ତ୍ତମାନ ସମୟରେ କେଶକୁ ନେଇ ଅନେକ ସମସ୍ୟା ଦେଖିବାକୁ ମିଳୁଛି ।ଅଳ୍ପ ସମୟ ଭିତରେ ଚୁଟି ଝଡ଼ିବା ଆରମ୍ଭ ହେଉଛି ତ କେତେବେଳେ ଚୁଟି ଲମ୍ବା ହେଉନାହିଁ ଏମିତି ଅନେକ ସମସ୍ୟା ସମସ୍ତଙ୍କ ପାଖରେ ରହିଛି ।ତେବେ ଏସବୁର ସମାଧାନ ପାଇଁ ଆମ ହାତ ପାଖରେ ଅନେକ ଜିନିଷ ରହିଛି କିନ୍ତୁ ଆମେ ସେସବୁର ବ୍ୟବହାର ଜାଣି ନାହୁଁ ତେଣୁ ସମସ୍ତେ ନିଜ କେଶର ଯତ୍ନ ନେବାକୁ ଯାଇ ଅନେକ କେମିକାଲ ର ବ୍ୟବହାର କରୁଛନ୍ତି ।ଆଉ ଏହାର ପରିଣାମ ବହୁତ କେମିକାଲ ବ୍ୟବହାର ଯୋଗୁ ଚୁଟି ଦିନକୁ ଦିନ ଖରାପ ହେବାରେ ଲାଗୁଚି ।
ତେବେ ଆଜି କିନ୍ତୁ ଏମିତି ଗୋଟିଏ ଉପାୟ ବିଷୟରେ ଆମେ ଜଣାଇବୁ ଯାହାକୁ ବ୍ୟବହାର କଲେ ଆପଣଙ୍କ ର ସମସ୍ତ ପ୍ରକାରର କେଶ ଜନିତ ସମସ୍ୟା ମୂଳରୁ ଶେଷ ହେଇଯବ କେବଳ ଗୋଟିଏ ସପ୍ତାହ ଭିତରେ । ତେବେ ଆସନ୍ତୁ ଜାଣିବା ସେହି ଉପାୟ କଣ ଆଉ କେମିତି ତାହାର ବ୍ୟବହାର କରିବେ ।
ରିମେଡି ପାଇଁ ଆବଶ୍ୟକ ସାମଗ୍ରୀ:-
-କଫି
-ଚା ପତି
-ସେମ୍ପୁ
ରିମେଡି ପ୍ରସ୍ତୁତି ପ୍ରଣାଳୀ:-
-ତେବେ ଏହି ରିମେଡି ପାଇଁ ଆପଣଂକୁ ପ୍ରଥମେ ଆବଶ୍ୟକ ସାମଗ୍ରୀ ଅର୍ଥାତ କଫି,ଚା ପତି,ସେମ୍ପୁ ନେବାକୁ ପଡିବ ।ତେବେ କଫି ରେ ଯେଉଁ କ୍ୟାଫେନ ରହିଥାଏ ତାହା ଚୁଟିକୁ ସଫ୍ଟ କରିବା ସହିତ ସ୍କାଲ୍ଫ କୁ ଠିକ ଓ ମଜବୁତ ରଖିଥାଏ ।ଆଉ ଚା ପତି ଚୁଟିରେ ସୁନ୍ଦର ରଙ୍ଗ ଆଣିବା ସହିତ ଚୁଟି ବଡିବାରେ ସାହାଯ୍ୟ କରିଥାଏ ।
-ଏବେ ଗୋଟିଏ ପାତ୍ରରେ ଏକ ଚାମୁଚ କଫି ଓ ଏକ ଚାମୁଚ ଚା ପତି ନେଇ ମିଶାନ୍ତୁ ।ଏବେ ଗୋଟିଏ ପାତ୍ରରେ ଏକ ଗ୍ଲାସ ପାଣି ନିଅନ୍ତୁ ଆଉ ସେଥିରେ କଫି ଓ ଚା କୁ ପକାନ୍ତୁ ।ଏବେ ସେହି ସେହି ସ୍ଵକୁ ଫୁଟାନ୍ତୁ 5 ମିନିଟ ଫୁଟିବା ପରେ ସେହି ପାଣି କୁ ଥଣ୍ଡା କରି ଛାଣି ନିଅନ୍ତୁ ।
-ଏହାପରେ ଆପଣ ବ୍ୟବହାର କରୁଥିବା ସେମ୍ପୁ ନିଅନ୍ତୁ ଆଉ ନିଜ ଚୁଟି ଅନୁସାରେ ସେମ୍ପୁ ସେହି ଛାଣିଥିବା ପାଣିରେ ମିଶାନ୍ତୁ ।
ରିମେଡି ର ବ୍ୟବହାର:-
-ତେବେ ଆପଣ ସପ୍ତାହ ରେ 2 ଥର ଏହି ରିମେଡି କୁ ବ୍ୟବହାର କରନ୍ତୁ,ଯେତେବେଳେ ମୁଣ୍ଡ ଧୋଇବେ ସେତେବେଳେ ମୁଣ୍ଡରେ ଏହି ପାଣିକୁ ଭଲରେ ଚୁଟିରେ ଲଗାଇବେ ଯାହା ଦ୍ଵାରା ଚୁଟି ମୂଳ ଯାଏ ଚା ପତି ଓ କଫି ଲାଗିବା ଦରକାର ।ତେବେ ଆପଣ ସେମ୍ପୁ ନମିଷେଇ ଏମିତି ସେହି ପାଣିକୁ ଚୁଟିରେ ଲଗାଇ ପାରିବେ ।ତେବେ ଏହି ରିମେଡି ର ବ୍ୟବହାର ମାତ୍ର ଗୋଟିଏ ସପ୍ତାହ କରି ଦେଖନ୍ତୁ କେମିତି କେଶ ସମସ୍ୟା କମିବାରେ ଲାଗିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।