ollywood news -18 ବର୍ଷ ପୁଅର ମୃତ୍ୟୁ ହେବା ପରେ କାନ୍ଦି କାନ୍ଦି କଣ କହିଲେ ତନୁଜା …ଦେଖନ୍ତୁ ଭିଡିଓ

ଆପଣମାନେ ସମସ୍ତେ ତ ନିଶ୍ଚିତ ଭାବରେ ଓଡିଆ ଧାରାବାହିକ ଦେଖୁଥିବେ । ଆଉ ତରଙ୍ଗ ଟିଭିରେ ପ୍ରସାରିତ ତାରା ତାରିଣୀ ସିରିଏଲ ଯାହା ଏବେ ତାରିଣୀ ଆଖିର ତାରା ନାମରେ ପରିବର୍ତ୍ତନ ହୋଇଛି ତାହା ନିଶ୍ଚିତ ଭାବରେ ଦେଖୁଥିବେ । ସେଥିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ବି ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ଆଜି ଆମେ ସେହି ସିରିଏଲ୍ ରେ ଜବରଦସ୍ତ ଅଭିନୟ କରୁଥିବା ତନୁଜା ଓରଫ ଅଭିନେତ୍ରୀ ରଞ୍ଜିତା ପାଣିଗ୍ରାହୀଙ୍କର ଜୀବନର କିଛି ଦୁଃଖର ଘଟଣା ବିଷୟରେ କିଛି କହିବାକୁ ଯାଉଛି ।

ଆପଣ ମାନେ ଜାଣିଛନ୍ତି ଛୋଟ ପରଦାରେ ବଡ ଧମାକା ଦେଖାଉଥିବା କିଛି ଏମିତି ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ତାଙ୍କର ଅଭିନୟର ଯାଦୁରେ ବାନ୍ଧି ରଖିଥାନ୍ତି ତାଙ୍କର ଦର୍ଶକ ମାନଙ୍କୁ । ସେମାନଙ୍କର ସୁନ୍ଦରତା ଏବଂ ଅଭିନୟ ଦର୍ଶକ ମାନଙ୍କୁ ସେମାନଙ୍କ ଆଡକୁ ବିମୋହିତ କରିଥାଏ । ସେହିପରି ଓଡିଆ ଧାରାବାହୀକ ଜଗତର ଜଣେ ଚୁଲବୁଲି ସୁନ୍ଦରୀ ନାୟିକା ହେଉଛନ୍ତି ଅଭିନେତ୍ରୀ ରଞ୍ଜିତା ପାଣିଗ୍ରାହୀ । ଯିଏକି ନିଜର ଜବରଦସ୍ତ ଅଭିନୟ ପାଇଂ ଅନେକ ପ୍ରଶଂସା ସାଉଁଟି ସାରିଛନ୍ତି ।


ସେହିପରି ଓଡିଆ ଧାରବାହିତକ ଜଗତର କିଛି ଲୋକପ୍ରିୟ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ଜଣାଶୁଣା ଅଭିନେତ୍ରୀ ଭାବରେ ନାୟିକା ରଞ୍ଜିତା ପାଣିଗ୍ରାହୀ ଅନ୍ୟତମ । ସେ ତାଙ୍କ ଜୀବନର ଜଣେ ଅତି ନିଜର ମଣିଷକୁ ହରାଇ ବହୁତ ଦୁଃଖ ପ୍ରକାଶ କରିଛନ୍ତି । ଯେଉଁ ବିଷୟରେ ସେ ଲାଇଭ ଆସି କହିଛନ୍ତି ।ତେବେ ଚାଲନ୍ତୁ ଜାଣିବା ସଂମ୍ପୂର୍ଣ୍ଣ ଘଟଣା ବିଷୟ ରେ ।

ସୁଟିଂ ସେଟ୍ ରୁ ହିଁ ରଞ୍ଜିତା ନିଜ ପାଖରେ ଜଣେ 18 ବର୍ଷର ପିଲାକୁ ପାଳି ରଖିଥିଲେ । ଆଉ ସେହି 18 ବର୍ଷିୟ ପୁଅଟି ତାଙ୍କୁ ମାଁ କହି ଡାକୁଥିଲା । ସେ ମଧ୍ୟ ତାକୁ ନିଜ ପୁଅ କରି ନିଜ ପାଖରେ ପ୍ରାୟ 2ବର୍ଷ ହେଲାଣି ରଖିଥିଲେ । ଆଉ ସେହି ପୁଅର ମାଁ ବାପାଙ୍କୁ ମଧ୍ୟ ନିଜ ପାଖରେ ରଖିଥିଲେ କିନ୍ତୁ ସେମାନେ କିଛି ଦିନ ତଳେ ତାଙ୍କ ଗାଁକୁ ଯାଇଥିଲେ । ଆଉ ,ସେହି ସମୟରେ ପିଲାଟି ଜଣ୍ଡିସରେ ଆକ୍ରାନ୍ତ ହୋଇଥିଲା, ତେଣୁ ରଞ୍ଜିତା ତାକୁ ଗାଁରୁ ଚାଲିଆସିବା ପାଇଁ କହିଥିଲେ ଏବଂ ସେ ତାର ରୋଗ ଭଲ କରିବା ପାଇଁ ହସ୍ପିଟାଲ ନେଇଥିଲେ ।

କିନ୍ତୁ ସେତେବେଳେକୁ ପିଲାଟିର ଜଣ୍ଡିସ ଏତେ ପରିମାଣରେ ବଢି ଯାଇଥିଲା ଯେ ସେ ବଞ୍ଜିବା ଆଉ ସମ୍ଭବପର ହେଲାନି । ଆଉ ତାର ଅକାଳ ବିୟୋଗ ଘଟିଛି । ତେବେ ରଞ୍ଜିତା ତାଙ୍କ ପୁଅର ମୃତ୍ୟୁରେ ବହୁତ ଭାଙ୍ଗି ପଡିଛନ୍ତି ଏବଂ ଲୋକମାନେ ତାଙ୍କୁ ସେହି ପୁଅଟି କିଏ ବାରମ୍ବାର ପ୍ରଶ୍ନ କରିବାରୁ ସେ ଲାଇଭ ଆସି ପୁଅଟି ବିଷୟରେ ଜଣେଇଥିଲେ ।

Leave a Comment