ଏହି ଆଧୁନିକ ଯୁଗର ପ୍ରେମ ଓ ପୁରାତନ ଯୁଗ ର ପ୍ରେମ ମଧ୍ୟରେ ଆକାଶ ଓ ପାତାଳ ର ଫରକ ରହିଛି । ପୂର୍ବ କାଳରେ ପ୍ରେମ ଥିଲା ଏକ ପ୍ରକାରର ପବିତ୍ର ସମ୍ପର୍କ ଯେଉଁଥିରେ ଥିଲା ସତ ଭଲ ପାଇବା , ବିଶ୍ୱାସ ଓ ପବିତ୍ରତା ତଥା ପରସ୍ପର ପ୍ରତି ସମ୍ମାନ କିନ୍ତୁ ବର୍ତ୍ତମାନର ପ୍ରେମ ରେ ରହିଛି କେବଳ ସ୍ଵାର୍ଥପରତା ,ଲୋଭ ଓ କାମନା ର ବଶବର୍ତ୍ତୀ ତଥା ଧକ୍କା ।
ତେବେ ଏବେର ଯୁବ ପିଢୀ ପ୍ରେମର ଅର୍ଥ ଶାରୀରିକ ସମ୍ବନ୍ଧ ବୋଲି ମାନେକରୁଛନ୍ତି ବୋଲି କହିଲେ କିଛି ଅତୃପ୍ତ ହେବ ନାହିଁ ।ଆଉ ସ୍ଵାର୍ଥ ସରିବା ପରେ ଭୁଲି ଯାଉଛନ୍ତି ସବୁ କିଛି।
ତେବେ ଏହିଭଳି ଏକ ଘଟଣା ବର୍ତ୍ତମାନ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ର ସୋର ଠାରେ ଯେଉଁ ଠାରେ ନିଜ ପ୍ରେମିକ କୁ ଖୋଜି ଖୋଜି ଜଣେ ଯୁବତୀ ହାଇଦ୍ରାବାଦ ରୁ ଆସି ସୋର ରେ ପହଁଚିଛନ୍ତି। ତେବେ ଯୁବତୀ ଜଣଙ୍କ କହିଛନ୍ତି କି , ସୋର ର ଏହି ଯୁବକ ଜଣଙ୍କ ହାଇଦ୍ରାବାଦ ରେ ତାଙ୍କ ସହ ପ୍ରେମ ସମ୍ପର୍କ ରେ ଥିଲେ ଏବଂ ପରେ ତାଙ୍କୁ ସେ ବିବାହ କରିଥିଲେ ଏବଂ ବର୍ତ୍ତମାନ ଯୁବତୀ ଜଣଙ୍କ ଗର୍ଭବତୀ ଅଛନ୍ତି ମଧ୍ୟ। ମାତ୍ର କିଛି ଦିନ ତଳେ ଯୁବକ ଜଣଙ୍କ ତାଙ୍କୁ ପ୍ରତାରଣା ଦେଇ ହାଇଦ୍ରାବାଦ ରୁ ଛୁ ମାରି ନିଜ ଗାଁ କୁ ଫେରି ଆସିଥିଲେ।
ତେବେ ଏହା ପରେ ସେ କୌଣସି କଣ୍ଟାକ ଯୁବତୀ ଙ୍କ ସହ ରଖି ନଥିଲେ। ତେବେ ଧକ୍କା ର ସ୍ୱୀକାର ହେବା ଜାଣିବା ପରେ ଯୁବତୀ ଜଣଙ୍କ ପ୍ରେମିକ କୁ ଖୋଜି ଖୋଜି ଆସି ସୋର ରେ ପହଁଚି ଛନ୍ତି। ମାତ୍ର ଆଶ୍ଚର୍ଯ୍ୟ ଜନକ କି , ସେହି ଯୁବକ ଙ୍କ ର ଆଗରୁ ଜଣେ ସ୍ତ୍ରୀ ଅଛନ୍ତି ଯାହାଙ୍କୁ ସେ ପରିବାର ଲୋକଙ୍କ କଥା ରେ ଏକ ବର୍ଷ ପୂର୍ବରୁ ବିବାହ କରିଥିଲେ ଆଉ ତାଙ୍କର ସ୍ତ୍ରୀ ଘରେ ଅଛନ୍ତି। ତେବେ ବର୍ତ୍ତମାନ ହାଇଦ୍ରାବାଦ ର ଯୁବତୀ କିନ୍ତୁ ନ୍ୟାୟ ପାଇଁ ସୋର ଥାନା ରେ ଅଭିଯୋଗ କରିଛନ୍ତି ଏବଂ ସେଠାରେ ବସିଛନ୍ତି ମାତ୍ର ଯୁବକ କୁଆଡେ ଫେରାର ଅଛନ୍ତି।
ତେବେ କିନ୍ତୁ ଯୁବକ ଙ୍କ ର ପରିବାର ଲୋକେ କହିଛନ୍ତି କି ଆମେ ଆମ ପୁଅ ର ବାହାଘର ଏକ ବର୍ଷ ପୂର୍ବରୁ କରିଥିଲୁ ଆଉ ମୋ ବୋହୁ ଆମ ସାଙ୍ଗରେ ରହୁଛି। ଏ ଝିଅ କିଏ ମୁଁ ତାଙ୍କୁ ଜାଣି ନାହିଁ ତେଣୁ ଏହି ଝିଅ କୁ ଆମେ କିପରି ଗ୍ରହଣ କରିବୁ। ମୋ ପୁଅ ୧୫ ଦିନ ହେବ କୁଆଡେ ଗାଏବ ହୋଇ ଯାଇଛି , ଫୋନ ଉଠାଉ ନାହିଁ କିମ୍ବା କିଛି ଖବର ନାହିଁ। ତେବେ ବର୍ତ୍ତମାନ ଯୁବତୀ ଜଣଙ୍କ କହିଛନ୍ତି କି ତାଙ୍କର ସବୁ କାଗଜପତ୍ର ଏବଂ ଲାପଟପ ଆଦି ନେଇ ଫେରାର ହୋଇ ଯାଇଛନ୍ତି। ମାତ୍ର ଯୁବତୀ ଜଣଙ୍କ କହିଛନ୍ତି କି ତାଙ୍କୁ ନ୍ୟାୟ ନମିଳିଲେ ସେ ସେହି ଯୁବକ ଙ୍କ ଘର ଆଗରେ ଆତ୍ମହତ୍ୟା କରିବେ ବୋଲି। ତେବେ ଏହି ଘଟଣା ଟି ବର୍ତ୍ତମାନ ଖୁବ ଭାଇରାଲ ହେବା ରେ ଲାଗିଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।