SPECIAL TIPS – ଶୀତଦିନେ ଓଠକୁ ( LIPCARE ) ନରମ ଓ ଗୋଲାପୀ କିପରି କରିବେ ଜାଣନ୍ତୁ ?

ବନ୍ଧୁମାନେ ଶୀତଦିନେ ଆମ ତ୍ୱଚା ଖୁବ ଶୁଷ୍କ ହେଇଯାଏ ଆଉ ସେଥିପାଇଁ ଦେହହାତ ଶୁଖା ଶୁଖା ଦେଖା ଯାଇଥାଏ ।ତେବେ ଶୀତଦିନେ ତ୍ୱଚାର ଯେମିତି ଯତ୍ନ ନେବାକୁ ପଡିଥାଏ ଠିକ ସେହିପରି ଓଠର ବି ଯତ୍ନ ନେବାକୁ ପଡେ, କାରଣ ଶିତରେ ଓଠ ଶୁଖିଲା ହେଇ ଫାଟି ଯାଏ ବହୁତ ସମୟରେ ଓଠ କଳା ପଡ଼ିଯାଏ ।ଆଉ ବାରମ୍ବାର ଓଠ ଓଦା କରିବା ଦ୍ୱାରା ଏହା ଆହୁରି ଫାଟି ସେଥିରୁ ମାଂସ ବି ଉଠିଥାଏ ।

ତେବେ ଏମିତି ସବୁ ପରିସ୍ଥିତି ହେଲେ ଆପଣ କେମିତି ଯତ୍ନ ନେବେ ଓଠର ଜାଣି ପାରନ୍ତି ନାହିଁ ତେବେ ଆଜି ଆମେ ଆପଣଂକୁ ଗୋଟିଏ ସୁନ୍ଦର ରିମେଡି ବତାଇବୁ ଯାହାକୁ ବ୍ୟବହାର କଲେ ଆପଣଙ୍କ ଓଠ ନରମ ହେବା ସହିତ ସବୁବେଳେ ଗୋଲାପୀ ରହିଥାଏ ।ତେବେ ଏବେ ରିମେଡି କେମିତି ତିଆରି କରିବେ ତା ଉପରେ ନଜର ପକାନ୍ତୁ ।

ରିମେଡି ପାଇଁ ଆବଶ୍ୟକ ସାମଗ୍ରୀ:-

-ଗୋଲାପ ଫୁଲ
-କ୍ଷୀର ସର /ଘିଅ
-ନଡ଼ିଆ ତେଲ
-ଗ୍ଲିସେରିନ
-ଭିଟାମିନ E କ୍ୟାପସୁଲ

ରିମେଡି ପ୍ରସ୍ତୁତି ପ୍ରଣାଳୀ:-

-ବନ୍ଧୁମାନେ ଏହି ରିମେଡି ତିଆରି କରିବା ପାଇଁ ଆପଣଂକୁ ପ୍ରଥମେ ଦେଶୀ ଗୋଲାପ ଫୁଲ ନେବାକୁ ପଡିବ, ଗୋଲାପ ଫୁଲ ଆମ ଓଠ ପାଇଁ କେତେ ଉପକାରୀ ତାହା ଆପଣ ଏହି ରିମେଡି ରୁ ନିଶ୍ଚୟ ଜାଣିପାରିବେ ।ତେବେ 4 ରୁ 5ଟି ଗୋଲାପ ଫୁଲ ନିଅନ୍ତୁ ଆଉ ତାହାର ପାଖୁଡା କୁ ବାହାର କରି ତାହାକୁ ଧୋଇ ନିଅନ୍ତୁ ।ଏବେ ସେହି ପାଖୁଡା କୁ ଚନ୍ଦନ ପେଡିରେ ଭଲ ଭାବରେ ପେଶୀ ଦିଅନ୍ତୁ ।

-ଏବେ ଆପଣ ଗୋଲାପ ପାଖୁଡା ପେଷ୍ଟରେ କିଛି କ୍ଷୀର ସର ପକାଇ ମିଶାଇ ନେବେ ନହେଲେ ଘିଅ ବି ନେଇ ମିଶାଇ ଦେବେ ।ତାପରେ ସେଥିରେ ଗୋଟିଏ ଚାମୁଚ ଘର ନଡ଼ିଆ ତେଲ ମିଶାଇବେ ।ତାପରେ ଗୋଟିଏ ଭିଟାମିନ E କ୍ୟାପସୁଲ ଓ ଅଳ୍ପ ଗ୍ଲିସେରିନ ସେହି ପେଷ୍ଟରେ ପକାଇ ଦେବେ ।ଏବେ ସବୁକୁ ଭଲ ଭାବରେ ଗୋଳାଇ ନିଅନ୍ତୁ ତାପରେ ଆପଣଙ୍କ ର ଏହି ରିମେଡି ତିଆରି ହେଇଯିବ, ତେବେ ପ୍ରସ୍ତୁତ ହେଇଥିବା ପେଷ୍ଟ କୁ ଫ୍ରିଜରେ ରଖିଦିଅନ୍ତୁ ।

ରିମେଡି ର ବ୍ୟବହାର:-

-ଆପଣ ନୀତିଦିନ ଏହି ରିମେଡି ରୁ ଅଳ୍ପ ଟିକିଏ ନେଇ ନିଜ ଓଠରେ ଲଗେଇ 15 ରୁ20 ସେମିତି ରଖିବେ ।ମଝିରେ ମଝିରେ ଓଠ କୁ ମାଲିସ ବୁ କରୁଥିବେ ତେବେ ଏମିତି ଦିନରେ ଦୁଇ ଥର ଲଗାଇବେ ।ତେବେ 7 ଦିନ ବ୍ୟବହାର କଲାପରେ ଦେଖି ପାରିବେ ଆପଣ ଙ୍କ ଓଠର ଶୁଷ୍କତା କମି ଯାଇଥିବ ତା ଜାଗାରେ ଓଠ ନରମ ଓ ଗୋଲାପୀ ଦେଖା ଯାଉଥିବ ।ତେବେ ଆପଣ ଶୀତ ଦିନରେ ଓଠର ଯତ୍ନ ନେବାପାଇଁ ଏହି ଉପାୟ କୁ ଜଲଦି ଆପଣାଅନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ