ବର୍ତ୍ତମାନ ଆମେ ଯେଉଁ ପରି ଜୀବନ ବିତାଉଛୁ ସେଥିପାଇଁ ଧୀରେ ଧୀରେ ଛୋଟ ବଡ଼ ଶାରୀରିକ ସମସ୍ୟା ଦେଖାଯାଉଛି ।ତେବେ ବର୍ତ୍ତମାନ ଆପଣ ଦେଖୁଥିବେ ବହୁତ ଲୋମ ମାନଙ୍କର ଆଖି ତଳେ କଳା ପଡ଼ି ଯାଉଛି ।
ଆଉ ଆଖି ତଳେ କଳା ଦେଖାଯିବା ଯୋଗୁ ଆପଣଙ୍କ ଫେସ ଖୁବ ଅସୁନ୍ଦର ଦେଖାଯାଏ ।ଅନେକ ସମୟରେ ଆପଣ ଏହି ଦାଗ ଲୁଚାଇବାକୁ ଯାଇ ଅନେକ କିଛି ମେକଅପ ଆଦିର ସାହାରା ନେଇଥାନ୍ତି ।ତେବେ ଏହି ଆଖି ତଳ କାହିଁକି କଳା ଦେଖା ଯାଏ ଡାକ୍ତର କଣ କହିଛନ୍ତି ଓ ଏହାର ଚିକିତ୍ସା କଣ ସେ ବିଷୟରେ ଆସନ୍ତୁ ଜାଣିବା ।
ତେବେ ଆଖି ତଳ କଳା ହେବାର ମୁଖ୍ୟ କାରଣ ଗୁଡିକ…
-ତେବେ ଡାକ୍ତର ଙ୍କ କହିବା ଅନୁଯାୟୀ ଯେତେବେଳେ ଶରୀରରେ ହିମୋଗ୍ଲୋବିନ ର ମାତ୍ର କମ ରହୁଛି ତେବେ ସେତେବେଳେ ବି ଆଖିତଳ କଳା ଦେଖାଯାଏ ।ଆଉ ଶରୀରରେ ଭିଟାମିନ B କମ୍ପ୍ଲେକ୍ସ ର ଅଭାବ ଦେଖାଯାଏ ସେତେବେଳେ ଆଜ୍ମା ଭଳି ସମସ୍ୟା ହୁଏ ଏଥିରେ ଆଖି କୁଣ୍ଡେଇ ହେବା ସହିତ ଆଖିତଳ କଳା ପଡ଼ିଯାଏ
ଏହା ବ୍ୟତୀତ ରାତିରେ ଅଧିକ ସମୟ ଧରି ଅନିଦ୍ରା ରହିଲେ ଓ ନିଦ ଠିକରେ ନହେଲେ ବି ଆଖିତଳ କଳା ଦେଖାଯାଏ ।
-ସବୁଠାରୁ ବଡ଼ କଥା ହେଉଛି କି ଯଦି ଆପଣ ଅଧିକ ଅଧିକ ସମୟ ଧରି ଫୋନ ବା ଲ୍ୟାପଟପ ବ୍ୟବହାର କରୁଛନ୍ତି ତେବେ ସେଥିରୁ ଆସୁଥିବା ରେଡିଏସନ ଆଖି ଉପରେ ପଡିଥାଏ ।ଆଉ ସେହି ରେଡିଏସନ ପ୍ରଭାବରେ ଆଖି ତଳ କଳା ପଡ଼ିଯାଏ, ଏଥି ସହିତ ଆପଣ କମ ପାଣି ପୁଇଥିଲେ ବି ଆଖି ତଳେ କଳା ଦେଖାଯାଏ ।
କଳାଦାଗ ର ଚିକିତ୍ସା…
-ଆଖିତଳ କଳା ନପଡିବା ପାଇଁ ଆପଣଙ୍କ ଜୀବନରେ କିଛିଟା ପରିବର୍ତ୍ତନ ଆଣିବାକୁ ପଡିବ ସେଥିପାଇଁ ଆପଣଂକୁ ଆବଶ୍ୟକ ମୁତାବକ ନିଦ ନେବା ଉଚିତ ।ଏହାଛଡା ଅଧିକ ମୋବାଇଲ ଓ ଲ୍ୟାପଟପ ର ବ୍ୟବହାର କରୁଥିଲେ ଅଲ୍ଟରା ଭାୟଲେଟ ରେଡିୟସନ୍ ପ୍ରୋଟେକ୍ଟିଭ ଗ୍ଲାସ ବ୍ୟବହାର କରିବା ଉଚିତ ।
-ଅଧିକ ପାଣି ପିଇବା ସହିତ ପନିପରିବା ଓ ଫଳମୂଳ ଅଧିକ ଖାଇବା ଉଚିତ । ତେବେ B କମ୍ପ୍ଲେକ୍ସ ଥିବା ଖାଦ୍ୟ ଅଧିକ ଖାଆନ୍ତୁ,ତେବେ କଦଳୀ ଓ
ଶାଗ ଜାତୀୟ ଖାଦ୍ୟରେ ଅଧିକ ଆଇରନ ରହିଥାଏ ତେଣୁ ଏହା ଖାଇବା ଠିକ ଅଟେ ।ତାଛଡା ଅଁଳା ରେ ବହୁତ ଭିଟାମିନ ସି ରହିଛି ଯାହା ଆଖି ତଳେ କଳା ଦାଗ କୁ ଦୂର କରେ
-ଏଠି ସହିତ ଆପଣ କିଛି ଘରୋଇ ରିମେଡି ବ୍ୟବହାର କରିପାରିବେ ଯେପରି ଆଖି ତଳେ ଆଳୁରସ, କାକୁଡି ବା କ୍ଷୀର ର ସର କୁ ଲଗାଇ ପାରିବେ ।ଏହା ବ୍ୟତୀତ ନିଜ ହିମୋଗ୍ଲୋବିନ ର ମାତ୍ରା କୁ ଚେକ କରି ତାର ଚିକିତ୍ସା କରିବା ଉଚିତ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।