ବନ୍ଧୁମାନେ ଆମ ହାତ ପାପୁଲିରେ ଅନେକ ରେଖା ରହିଥାଏ ଆଉ ସେହି ରେଖା ଗୁଡିକରେ ଆମ ଭାଗ୍ୟ ଭବିଷ୍ୟତ କଥା ସବୁ ଲୁଚି ରହିଥାଏ ।ଯାହା ବିଷୟରେ ଆମକୁ ଜଣା ନଥାଏ ଆଉ କିନ୍ତୁ ଏହା ବିଷୟରେ ଜ୍ୟୋତିଷ ଜ୍ଞାନୀ ମାନେ ସୁଚାରୁ ରୁପେ ଜାଣି ପାରନ୍ତି ।
ତେବେ ଆମ ପାପୁଲିରେ ତିନିଟି ଏମିତି ରେଖା ରହିଛି ଯେଉଁ ଦୁଇଟି ମିଶି ଯଦି ଇଂରାଜୀ M ଆକୃତି ସୃଷ୍ଟି କରୁଥିବ ତେବେ ତାହା ଅନେକ ଚମତ୍କାରୀ ସୂଚନା ଦେଇଥାଏ ଆପଣଙ୍କ ବିଷୟରେ ।ଯଦି ପାପୁଲିରେ ଥିବା ଲାଇଫ ଲାଇନ ରେଖା,ହୃଦୟ ରେଖା, ଫେଟ ଲାଇନ ରେଖା ଓ ମସ୍ତିଷ୍କ ରେଖା ମିଶି M ଅକ୍ଷର ତିଆରି କରିଥାଏ ଆଉ ଏହା କଣ ସୂଚନା ଦେଇଥାଏ ଆସନ୍ତୁ ଜାଣିବା ।
-ତେବେ ବିବାହ କରିଥିବା ପୁରୁଷ ଓ ନାରୀ ଉଭୟଙ୍କ ହାତରେ ଏହି M ଅକ୍ଷର ଥିଲେ ସେମାନଙ୍କ ଜୀବନ ଖୁବ ଖୁସିରେ ବିତିଥାଏ ।
-ଯଦି ଯୁବକ ବା ଯୁବତୀ କାହା ହାତରେ M ପରି ଚିହ୍ନ ଥିଲେ ସେହି ୟକ୍ତି କାହାକୁ ଭଲ ପାଉଥିଲେ ତାଙ୍କ ଭଲପାଇବା ସଫଳ ହେଇଥାଏ ।
-ଏହି ଆକୃତି ଥିବା ଲୋକମାନେ ଜୀବନ ସାରା ବହୁତ ଖୁସିରେ ରହିଥାନ୍ତି,ନିଜ ଭବିଷ୍ୟତ ପାଇଁ ବହୁତ ଦାୟିତ୍ୱବାନ ଅଟନ୍ତି ।ଆଉ ତାଙ୍କ ଜୀବନ ବହୁତ ଆନନ୍ଦ ଓ ବିଳାଶରେ ବିତିଥାଏ ।
-ଏହି ବ୍ୟକ୍ତି ମାନଙ୍କ ପାଖରେ କେବେ କୌଣସି ଅଭାବ ନଥାଏ ଓ ଅର୍ଥ କେବେ କମ ହୁଏ ନାହିଁ ।ଏମାନେ ବହୁତ କଳ୍ପନା କରି କାର୍ଯ୍ୟ କରିଥାନ୍ତି ତେଣୁ ସବୁବେଳେ ସଫଳ ହେଇଥାନ୍ତି ।
-ଏମାନଙ୍କ ଜୀବନରେ ପ୍ରେମ ବିବାହର ଯୋଗ ରହିଥାଏ, ତେବେ ଏମାନେ ବହୁତ ଚାଲାକ ଓ ବୁଦ୍ଧିମାନ ହେଇ ହେଇ ଥିବାରୁ ଏମାନଙ୍କୁ ସହଜରେ କେହି ହରେଇ ପାରନ୍ତି ନାହିଁ ।
-ଏହି ବ୍ୟକ୍ତିମାନେ କେବେ ଚିନ୍ତିତ ବା ବିଚଳିତ ନଥାଆନ୍ତି,ନିଜ କାମ ପ୍ରତି ଖୁବ ସୋଚଟ ଓ ଦାୟିତ୍ଵବାନ ହେଇଥିବା ଯୋଗୁ ସବୁବେଳେ ପ୍ରଶଂସନୀୟ ହେଇଥାନ୍ତି ।
-ନିଜ କାମରେ ବା ବ୍ୟବସାୟ ଓ ବାଣିଜ୍ୟରେ କାହାକୁ କେବେ ଧୋକା ଦେଇ ନଥାନ୍ତି ଏହି ରେଖା ଥିବା ବ୍ୟକ୍ତି ମାନେ ।ଆଉ ଏମାନେ ବିପଦକୁ ଆଗରୁ ଜାଣିପାରନ୍ତି ଓ ସେ ପ୍ରତି ସଜାଗ ହେଇ ପାରନ୍ତି ।
-ଏହି ଚିହ୍ନଥିବା ମଣିଷ ମାନେ ଖୁବ ଆତ୍ମବିଶ୍ବାସୀ ହେଇ ଥାଆନ୍ତି କିନ୍ତୁ କେବେ କାହାର ଦୁଃଖ କଷ୍ଟ ଦେଖି ପାରନ୍ତି ନାହିଁ ଓ ସାହାଯ୍ୟର ହାତ ବଡେ଼ଇ ଥାନ୍ତି ତାଙ୍କୁ ।ଏମାନଙ୍କ ହୃଦୟ ବହୁତ କୋମଳ ଆଉ ଏମାନଙ୍କୁ ସମସ୍ତେ ଖୁବ ଭଲପାଇବା ଓ ସ୍ନେହ ଦେଇଥାନ୍ତି ।ଆଉ ଏମାନଙ୍କ ବ୍ୟବହାର ପାଇଁ ଏମାନେ ସବୁବେଳେ ଖୁବ ସମ୍ମାନର ଅଧିକାରୀ ହେଇଥାନ୍ତି ।
-ଏହି ଚିହ୍ନ ଥିବା ବ୍ୟକ୍ତି ସମସ୍ତଙ୍କ ମନର କଥା ଖୁବ ଜଲଦି ବୁଝି ପାରନ୍ତି ।ତେବେ ଏମାନଙ୍କ ପ୍ରାର୍ଥନା ବି ଭଗବାନ ବହୁତ ଜଲଦି ଶୁଣିଥାନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।